ଶିମିଳିପାଳରୁ ଦୁଇ ବାରହା ଶିକାରୀ ଗିରଫ,ମାଂସ ସହିତ ଶିକାରରେ ବ୍ୟବହୃତ ମାରଣାସ୍ତ୍ର ଜବତ |

ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ): ଗତକାଲି ସନ୍ଧ୍ୟା ସମୟରେ ଶିମିଳିପାଳ ଜଙ୍ଗଲ ରୁ ଦୁଇ ଜଣ ବାରହା ଶିକାରୀ ଙ୍କୁ ବନ ବିଭାଗ ର ଟିମ ଗିରଫ କରିଥିବା ସୂଚନା ମିଳିଛି | ପ୍ରାପ୍ତ ସୂଚନା ଅନୁଯାୟୀ ଶିମିଳିପାଳ ଜଙ୍ଗଲ ଭିତରେ ବନ୍ୟ ପ୍ରାଣୀ ଶିକାରୀ ମାନେ ସକ୍ରିୟ ଥିବାର କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ଙ୍କ ନିର୍ଦେଶ କ୍ରମେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ତଥା ଏସିଏଫ କିଶୋର କୁମାର ପାଣିଗ୍ରାହୀ ଙ୍କ ତତ୍ୱାବଧାନରେ ଠାକୁରମୁଣ୍ଡା ଉପ ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ଙ୍କ ନେତୃତ୍ୱ ରେ ବନ କର୍ମଚାରୀ ମାନେ ଶିକାରୀ ଧରପଗଡ଼ କରିବାକୁ ଅହୋ ରାତ୍ର ପେଟ୍ରୋଲିଙ୍ଗ ଜାରୀ ରଖିଥିଲେ | ଏହି ପରିପ୍ରେକ୍ଷୀ ରେ ଗତକାଲି ରାତି ରେ ବନବିଭାଗ ର ଟିମ ଜଙ୍ଗଲରେ ଚଢ଼ାଉ କରି ଦୁଇ ଜଣ ବାରହା ଶିକାରୀ ଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ବାରହା ମାଂସ ସହିତ ଶିକାର ରେବ୍ୟବହୃତ ମାରଣାସ୍ତ୍ର ମାନ ଜବତ କରିଥିବାର ଜଣାଯାଇଛି |

ଏହି ଚଢ଼ାଉ ରେ କେଶଡିହା ଫୋରେଷ୍ଟର ସିଂରାୟ ପୂର୍ତ୍ତି, ଠାକୁରମୁଣ୍ଡା ଫୋରେଷ୍ଟର ବିଦ୍ୟାଧର ମହାନ୍ତ,ବନରକ୍ଷୀ ସଲମା ହେମ୍ବ୍ରମ, ପ୍ରମୋଦ ମହାନ୍ତ ଏବଂ ଅନ୍ୟ ବନ ସୁରକ୍ଷା ସହକାରୀ ମାନେ ସାମିଲ ହୋଇଥିଲା | ଗିରଫ ଶିକାରୀମାନେ ହେଲେ ଶିମିଳିପାଳ ପାଦ ଦେଶ ରେ ଥିବା କେଶଡିହା କଦଳୀବାଡ଼ି ଗ୍ରାମ ର ଇନ୍ଦ୍ର ବଗଳ ଙ୍କ ପୁଅ ସନାତନ ବଗଳ (18) ଓ଼ ସେହି ଗ୍ରାମର ଚୂଲୁକା ହେମ୍ବ୍ରମ ଙ୍କ ପୁଅ ଟୁରି ହେମ୍ବ୍ରମ (25) ଏହି ୨ ଶିକାରୀ ଶିମିଳିପାଳ ଆଭ୍ୟନ୍ତରୀଣ ଜଙ୍ଗଲ ରୁ ଏକ ବାରହା ଶିକାର କରି ଫେରୁଥିବାବେଳେ ବନ କର୍ମଚାରୀ ଚଢ଼ାଉ କରି ଏମାନଙ୍କୁ ଅଟକରଖି ପଚରା ଉଚରା କରିଥିଲେ ପରେ ଏହି ୨ ଅଭିଯୁକ୍ତ ଶିକାରୀ ମାନଙ୍କ ନିକଟରୁ ବାରହା ମାଂସ ସହିତ ଶିକାରରେ ବ୍ୟବହୃତ ମାରଣାସ୍ତ୍ର ମାନ ଜବତ କରାଯିବା ସହିତ ଏହି ଅଭିଯୁକ୍ତ ମାନଙ୍କ ବିରୋଧ ରେ କେଶ ଙ 99ଟି /24 ଏବଂ ବନ୍ୟପ୍ରାଣୀ ଆଇନ ର ବିଭିନ୍ନ ଦଫା ରେ ବାରିପଦା ସ୍ଥିତ ସିଜେଏମ କୋର୍ଟ କୁ ଚାଲାଣ କରାଯାଇଥିବାର ଜଣାଯାଇଛି |

ତେବେ କୋର୍ଟ ଏହି ଶିକାରୀ ମାନଙ୍କୁ ଜେଲ ହାଜତ କୁ ପଠାଇଦେଇ ଥିବାର ସୂଚନା ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ତଥା ଏସିଏଫ କିଶୋର କୁମାର ପାଣିଗ୍ରାହୀ ପ୍ରଦାନ କରିଛନ୍ତି |

Leave a Reply

Your email address will not be published. Required fields are marked *

error: Content is protected !!