ରତ୍ନଭଣ୍ଡାର ମରାମତି ପାଇଁ ଏଏସ୍‌ଆଇକୁ ପ୍ରତିଦିନ ସର୍ବନିମ୍ନ ୫ରୁ୬ ଘଣ୍ଟା ଆବଶ୍ୟକ।

ପୁରୀ (ସମୀର ରଞ୍ଜନ ନାୟକ ) : ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ପାଇଁ ଦିନ ଧାର୍ଯ୍ୟ। ଦିନ ଧାର୍ଯ୍ୟ ନେଇ ASI ଅଧୀକ୍ଷକଙ୍କ ପକ୍ଷରୁ ସୂଚନା। ଏନେଇ ନୀତି ସବ୍‌ କମିଟି ବୈଠକରେ ଅଧିକ ନିଷ୍ପତ୍ତି ନିଆଯିବ । ଆମେ ୧୬ରୁ କାମ ଆରମ୍ଭ କରିବା ନେଇ ଦିନ ଧାର୍ଯ୍ୟ କରିଛୁ। ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ ନେବୁ । ପ୍ରଥମେ ବାହାର ପରେ ଭିତର ରତ୍ନଭଣ୍ଡାର କାମ କରିବୁ। କୌଣସି ସ୍ଥାନରେ ପଥର ବଦଳାଇବାକୁ ଆବଶ୍ୟକ ଥିଲେ ବଦଳାଇବୁ।ପ୍ରକାଶଥାଉକି, ଜୁଲାଇ ମାସରେ ଯାଞ୍ଚ ପାଇଁ ଖୋଲା ଯାଇଥିଲା ରତ୍ନ ଭଣ୍ଡାର । ଏହାପରେ ମରାମତି କାର୍ଯ୍ୟପାଇଁ ଶ୍ରୀମନ୍ଦିର ଷ୍ଟ୍ରଙ୍ଗରୁମକୁ ସମସ୍ତ ଅଳଙ୍କାର ସ୍ଥାନାନ୍ତରିତ କରାଯାଇଥିଲା ।

କହିରଖୁଛୁ କି, ଆସନ୍ତା 16 ତାରିଖରୁ ପହିଲି ଭୋଗ ନୀତି ଆରମ୍ଭ ହୋଇ ଆସନ୍ତା 1 ମାସ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଜାନୁଆରୀ ମାସରେ ମକର ସଂକ୍ରାନ୍ତି ଏବଂ ବର୍ତ୍ତମାନ ଡିସେମ୍ବର ଶେଷ ହେବାକୁ ବସିଥିବା ବେଳେ ନୂଆବର୍ଷରେ ଭକ୍ତଙ୍କ ଗହଳି ହେବା ନେଇ ଆଶା କରାଯାଉଛି । ଏଭଳି ସ୍ଥିତିରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏକପ୍ରକାର ଚାଲେଞ୍ଜ ଅଟେ । ଡିସେମ୍ବର 31 ତାରିଖ ସୁଦ୍ଧା ଏହି ମରାମତି କାର୍ଯ୍ୟ ଶେଷ ହେବ । ଏହାସହିତ ରତ୍ନଭଣ୍ଡାର ଗଣତି ମଣତି ମଧ୍ୟ ଡିସେମ୍ବର 31 ତାରିଖ ସୁଦ୍ଧା ଶେଷ ହୋଇଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!