ଧାନର ସର୍ବନିମ୍ନ ସହାୟତା ଉପରେ ଇନପୁଟ ସବସିଡ ପ୍ରଦାନ କାର୍ଯ୍ୟକ୍ରମ।

ପୁରୀ (ସମୀର ରଞ୍ଜନ ନାୟକ) : ସରକାର କୃଷି ଓ କୃଷକ ର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ।ସେଥିପାଇଁ ପ୍ରଥମ କ୍ୟାବିନେଟ ରେ କୃଷକ ମାନଙ୍କୁ ୮୦୦ ଟଙ୍କାର ସବସିଡ ପାଇଁ ମୋହର ମାରିଥିଲେ।ଆଜି ବଡ ଖୁସି ଓ ଗୌରବ ର କଥା ଯେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଚାଷୀ ମାନଙ୍କୁ ସେହି ୮୦୦ ଟଙ୍କା ସବସିଡ ପ୍ରଦାନ ର ଶୁଭାରମ୍ଭ ହେଉଛି।ଚଳିତ ବର୍ଷ ଚାଷୀ କ୍ୟୁଣ୍ଟାଲ ପିଛା ଧାନର ମୂଲ୍ଯ ୨୩୦୦ ଟଙ୍କା ଓ ସବସିଡ ୮୦୦ ଏହି ଭଳି ୩୧୦୦ ଟଙ୍କା ପାଇବେ ବୋଲି ମତ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପରିଡ଼ା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ପରେ ବରଗଡ ଜିଲ୍ଲା ସୋହେଲାରୁ ମୁଖ୍ୟମନ୍ତ୍ରୀ ଙ୍କ ରାଜ୍ୟ ସ୍ତରୀୟ ଉଦଘାଟନ ସିଧା ପ୍ରସାରଣ କରା ଯାଇଥିଲା ଯେଉଁ ଥିରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ଆକାଉଣ୍ଟ କୁ ସବସିଡ ଅର୍ଥ ପ୍ରଦାନ କରିଥିଲେ।

ନିଜ ଅଭିଭାଷଣ ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଆମ ସରକାର ସୁଭଦ୍ରା ଯୋଜନା ରେ ୮୦ ଲକ୍ଷ ରୁ ଉର୍ଦ୍ଧ୍ବ ମା ଙ୍କୁ ସାମିଲ କରିଛନ୍ତି ।ଚଳିତ ଖରିଫ ଋତୁରେ ପୁରୀ ଜିଲ୍ଲାରେ ୪୯୨୭୬ ଚାଷୀ ଅନଲାଇନ ରେ ସୋସାଇଟି ମାଧ୍ୟମରେ ପଞ୍ଜିକରଣ କରିଥିବା ବେଳେ ଯାଞ୍ଚ ପରେ ୪୯୨୪୦ ଯୋଗ୍ୟ ବିବେଚିତ ହୋଇଛନ୍ତି।ଚଳିତ ବର୍ଷ ୧୮୪ ଗୋଟି ସୋସାଇଟି ଓ ୩ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ ସଂଗ୍ରହ ରେ ନିୟୋଜିତ ଅଛନ୍ତି।୨୧ ଗୋଟି ମିଲର ଜିଲ୍ଲାର ଧାନ ସଂଗ୍ରହ ରେ ସହଯୋଗ କରିବେ।ଧାନର ପ୍ରାପ୍ୟ ୩୧୦୦ ଟଙ୍କା ଡିବିଟି ମାଧ୍ୟମରେ ଚାଷୀ ଙ୍କ ଆକାଉଣ୍ଟ କୁ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ପଠାଯିବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଥିଲେ।ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ସମସ୍ତଙ୍କୁ ସ୍ବାଗତ କରିବା ସହ ସରକାର କୃଷକ ମାନଙ୍କ ପାଇଁ ସମସ୍ତ ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।

ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଏହି ଇନପୁଟ ସହାୟତା କୃଷକ ଙ୍କୁ ସେମାନଙ୍କ ଚାଷ ପାଇଁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମନୋବଳକୁ ବୃଦ୍ଧି କରିବ ବୋଲି କହିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମଞ୍ଚ ପରିଚାଳନା କରିଥିଲେ।ଜାନୁଆରୀ ୭ ତାରିଖରୁ ଅନ୍ୟାନ୍ୟ ସମସ୍ତ ବ୍ଲକ ଅଞ୍ଚଳ ରୁ ଧାନ ସଂଗ୍ରହ କରାଯିବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୧୬୮୬୦୩ କ୍ୟୁଣ୍ଟାଲ ଧାନ ସଂଗ୍ରହ କରାଯିବ।

Leave a Reply

Your email address will not be published. Required fields are marked *

error: Content is protected !!