ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ଓଡ଼ିଶାର ବରଗଡ଼ ଜିଲ୍ଲାରେ କୃଷକ ମାନଙ୍କୁ ପ୍ରଦାନର ଶୁଭାରମ୍ଭ । କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କ କରକମଳରେ ଧାନ ର ସର୍ବନିମ୍ନ ମାନ ୮୦୦ ଟଙ୍କାର ଅତିରିକ୍ତ ସହାୟତା ରାଶି ଓଡ଼ିଶା ର ବରଗଡ଼ ଜିଲ୍ଲାରେ କୃଷକ ମାନଙ୍କୁ ପ୍ରଦାନ ର ଶୁଭାରମ୍ଭ ହୋଇଯାଇଥିଲା ବେଳେ ଏହାର ସିଧାସଳଖ ପ୍ରସାରଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ର ହାଭେଳି ପଡ଼ିଆ ଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଆଇନ, ଅବକାରୀ, ଓ ପୁର୍ତ୍ତ ବିଭାଗ ଶ୍ରୀଯୁକ୍ତ ପୃଥିରାଜ ହରିଚନ୍ଦନ ଯୋଗଦାନ କରିଵା ସହ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ମାନନୀୟ ଜିଲ୍ଲାପାଳ ଚଞ୍ଚଳ ରାଣା, ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଜିଲ୍ଲାପାଳ ଉଦବୋଧନ ଦେଇ କହିଥିଲେ ଯେ ଦୀର୍ଘଦିନ ଧରି କୃଷକ ମାନଙ୍କର ଯେଉଁ ଡିମାଣ୍ଡ ଥିଲା ସର୍ବନିମ୍ନ ଯେଉଁ ଟଙ୍କା ରହିଛି ସେଥିରେ କିଛି ଆର୍ଥିକ ସାହାଯ୍ୟ ରାଶି ପ୍ରଦାନ କରିବାକୁ ଆଜି ତାହା ସରକାର ପୁରଣ କରିଛନ୍ତି । ସ୍ବଚ୍ଛତାରେ ଏହାକୁ କାର୍ଯ୍ୟକାରୀ କରାଯିବା କୁ ସେ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରକାଶ କରିଥିଲେ ।ଚାଷୀ ହସିଲେ ଦେଶ ହସିବ ବୋଲି ମାନ୍ୟବର ବିଧାୟକ ବକ୍ତବ୍ୟ ରଖିଥିଲେ। ସେ କହିଲେ ଯେ ଏହି କଥାକୁ ସ୍ୱୀକାର କରିବା ପାଇଁ ଓଡ଼ିଶାରେ ପରିବର୍ତ୍ତନ ର ସ୍ୱର ଆରମ୍ଭ ହୋଇଛି। ଓଡିଶା ହେଉଛି କୃଷି ପ୍ରଧାନ ରାଜ୍ୟ ।ଆମର ପାରମ୍ପରିକ ଚାଷ ହେଉଛି ଧାନ। ସେଥିପାଇଁ ଆଜିର କାର୍ଯ୍ୟକ୍ରମ କୃଷକ ମାନଙ୍କୁ ଆର୍ଥିକ ସାହାଯ୍ୟ ର ଅଭିବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ।
ସେହିପରି ମାନ୍ୟବର ମନ୍ତ୍ରୀ ଅଭିଭାଷଣ ରେ କହିଲେ ଯେ ଆଜିର ଦିନଟି ଚାଷୀ ମାନଙ୍କ ପାଇଁ ଏକ ଐତିହାସିକ ଦିନ ହୋଇ ରହିବ । ଦୀର୍ଘଦିନ ର ଲଢେଇ ପରେ ଆଜି ଓଡ଼ିଶା ପ୍ରଦେଶ ର ଚାଷୀ ମାନଙ୍କୁ ସନ୍ତାନ ସ୍ଵରୁପ , ଆଜି ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ବ୍ଲକ୍ ଏବଂ ପୋର ପରିଷଦ ମାନଙ୍କ ର ଅଧ୍ୟକ୍ଷା/ଅଧ୍ୟକ୍ଷ , ବିଭାଗୀୟ ଅଧିକାରୀ, ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ ।