ସୁବର୍ଣ୍ଣପୁର (ଚୈତନ୍ୟ ଭୁକ୍ତା) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଦିନ ଧରି ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଷଷ୍ଠ ରୁ ଅଷ୍ଟମ ବରିଷ୍ଠ, ଚତୁର୍ଥ ପଞ୍ଚମ କନିଷ୍ଠ ଏବଂ ପ୍ରଥମ ରୁ ତୃତୀୟ ଉପକନିଷ୍ଠ ବିଭାଗ ରେ ସର୍ବ ମୋଟ ୩୧ ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ୨୨୭ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ବରିଷ୍ଠ ରୁ ଅବିନାଶ କୁମ୍ଭାର, କନିଷ୍ଠ ରୁ ଆଦ୍ୟାଶ୍ରୀ ପଧାନ ଓ ଉପ କନିଷ୍ଠ ବିଭାଗ ରେ ସାଇନାଥ ଖୁରା ଚମ୍ପିୟାନ ହୋଇଛନ୍ତି l
ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବ ରେ ମହଦା ସରପଞ୍ଚ ଙ୍କ ପ୍ରତିନିଧି ଭାବେ ଶ୍ରୀଯୁକ୍ତ ପ୍ରଦୀପ ଶତପଥୀ ମୁଖ୍ୟ ଅତିଥି, ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳାଞ୍ଚଳ ବେହେରା ମୁଖ୍ୟ ବକ୍ତା, କୁମାରକେଳି ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମନରୁଚି ଭୋଇ, ୟୁପି ସ୍କୁଲ ର ଅବସରପ୍ରାପ୍ତ ସହକାରୀ ଶିକ୍ଷକ ବାମଦେବ ମେହେର, ଆଞ୍ଚଳିକ ସାଧନ ସଂଯୋଜକ ଶରତ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଉତ୍ତମ ସ୍ୱାସ୍ଥ୍ୟ ହିଁ ଅସଲ ଜୀବନ ବୋଲି ମତ ପ୍ରକାଶ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ର ସକ୍ରିୟ ସଦସ୍ୟ ବିନୋଦ ମହାପାତ୍ର, ସରୋଜ ସେଠି, ଫିରୋଜ ବେହେରା, ଛବିଳ ମେହେର, ପ୍ରମୋଦ ବେହେରା, ଉପ ସଭାପତି କୁମାର ଖୁରା ଯୋଗ ଦେଇ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ l
ସହକାରୀ ଶିକ୍ଷକ ଶିବରାମ ଚାନ୍ଦ ସ୍ୱାଗତ କରିଥିବା ବେଳେ, ଅଚ୍ୟୁତ ରଣା ଧନ୍ୟବାଦ ଦେଇଥିଲେ l ସମସ୍ତ ପ୍ରତିଯୋଗିତା କୁ ଶିକ୍ଷକ ଭରତ ହରିପାଲ, ନରେନ୍ଦ୍ର ନାଗ, ଦିଲ୍ଲୀପ ପଣ୍ଡା ଙ୍କ ସମେତ ପରିଚାଳନା କମିଟି ର ସଦସ୍ୟ ମାନେ ପରିଚାଳନା କରିଥିବା ବେଳେ ପ୍ରଭାସ ମେହେର, ପ୍ରତ୍ୟୁଷ ମେହେର, ସଂଗ୍ରାମ, ସଚିତା, ଶାରଦା ଓ ଅନ୍ୟ ମାନେ ସହଯୋଗ କରିଥିଲେ lଉଲୁଣ୍ଡା ଚୈତନ୍ୟ ଭୁକ୍ତା ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ନ୍ୟୁଜ।