୫୨୦ ନମ୍ବର ଜାତୀୟ ରାଜପଥ ରେ ପୁଣି ଏକ ଦୁର୍ଘଟଣା ।

କେନ୍ଦୁଝର(ସୀତାରାମ ଦୀକ୍ଷିତ): ଆଜି ସକାଳ ରେ ରୋଇଡା ଛକ ଓ ରଣା ସାଳ ଘାଟି ମଧ୍ୟ ଭାଗରେ ଏକ ଦୁର୍ଘଟଣା ହୋଇଥିଲା ।୫୨୦ ନମ୍ବର ଜାତୀୟ ରାଜପଥରେ ବାଇକ ରେ ରିମୁଳି ପଟୁ ଆସୁଥିବା ବେଳେ ନିଜର ବାଇକ ଦୃତଗତି ଥିବାରୁ ନିଜର ଭାରସମ୍ୟ ହରାଇ ରାସ୍ତା ର ସିଗନାଲ ବୋଡ଼ ରେ ଜୋରଦାର ଧକ୍କା ହେବାରୁ ଦୃଘଟଣା ଘଟି ଜଣେ ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବଡ଼ବିଲ ପୌରପାଳିକା ଗାଡ଼ା ହଟିଙ୍ଗ ର ରାଜୁପାତ୍ର ଗୁରୁତର ଅବସ୍ଥାରେ ପଡିରହିଥିଲେ। ନିଜର ବାଇକ ଯୋଗେ ନିଜ ଘରକୁ ଆସୁଥିବା ସମୟରେ ୫୨୦ନମ୍ବର ଜାତୀୟ ରାଜପଥ ଫୋଗୁଆ ମାଇନ୍ସ ପାଖ ହେଲା ଭୟଙ୍କର ଦୃଘଟଣା। ପୋଲିସ ଓ ସ୍ଥାନୀୟ ଲୋକମାନେ ତାକୁ ଆମ୍ବୁଲାନ୍ସ ଦ୍ୱାରା ବଡ଼ବିଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ମେଡିକାଲ ପଠାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

error: Content is protected !!