ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ତ୍ରିଦିବସୀୟ ଶିକ୍ଷା ଓ ତାଲିମ ଶିବିର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ତ୍ରିଦିବସୀୟ ଶିକ୍ଷା ଓ ତାଲିମ ଶିବିର ଡୁଙ୍ଗୁରିପାଲି ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଉଦ୍‌ଘାଟିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିଅର ରେଡକ୍ରସ ଚେୟାରମେନ୍ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ହେନେରି ଡୁନାଣ୍ଟଙ୍କ ଆବକ୍ଷ ପ୍ରତିମୂର୍ତ୍ତୀକୁ ଉନମୋଚନ କରିଥିଲେ ।

ସମ୍ମାନୀତ ଅତିଥି ଭାବରେ ପୂର୍ବତନ ରାଜ୍ୟ ଜୁନିଅର ରେଡ଼ କ୍ରସ୍ ଅଧିକାରୀ ଧର୍ମସିଂ ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡକ୍ରସର ଜିଲ୍ଲା ସମ୍ପାଦକ ମଞ୍ଜୁଲତା ଭୋଇ , ଡୁଙ୍ଗୁରିପାଲି ବ୍ଳକର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଗଞ୍ଜୁଳୁ ମିର୍ଦ୍ଧା, ପୂର୍ବତନ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ସୁରେଶ ପ୍ରଧାନ, ବରିଷ୍ଠ ସାଧନ କର୍ମୀ ସରୋଜକାନ୍ତ ରଥ ଯୋଗଦେଇ ଥିଲେ । ତାଲିମ ଶିବିରରେ ଜୁନିଅର ରେଡକ୍ରସ ସ୍ଵେଚ୍ଛାସେବୀ‌, କାଉନସିଲର ଓ ତାଲିମଦାତା ତଥା ଅନ୍ୟାନ୍ୟ ସହଯୋଗୀ ମିଶି ୬୨୨ ଜଣ ଉପସ୍ଥିତ ଥିଲେ । କଳାଧାମ ଚିତ୍ର ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସିଂହଦେଓ ଓ ସାଥି ତରଫରୁ ଚିତ୍ର ସଂଗୀତ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।

ସଂଧ୍ୟାରେ ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ ଦୀନବନ୍ଧୁ ପ୍ରଧାନ, ନନ୍ଦିଘୋଷ ବାରିକ, ସଂଜୀବ କୁମାର ପୂଜାରୀ, ଭୀମସେନ ଖମାରୀ, ଝସକେତନ ମେହେର,ହୃଷିକେଶ ଡାଙ୍ଗ, ହୃଷିକେଶ ଚାନ୍ଦ, ଚନ୍ଦ୍ରମଣି ବାଘ, ତାପସ୍ୱିନୀ ଦାଶ, ଗୋପେଶ ପଣ୍ଡା, ନମାଈଁ ଚରଣ ମଲ୍ଲିକ, ରାମ ନାରାୟଣ ଦାଶ ତଥା ଅନ୍ୟମାନେ ବିଶେଷ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡ଼କ୍ରସ ଅଧିକାରୀ ରବିଚନ୍ଦ୍ର ପାଶୟତ ପରିଚାଳନା କରିଥିବା ବେଳେ ଜିଲ୍ଲା ଜୁନିୟର ରେଡ଼କ୍ରସ ଭାଇସ ଚେୟାରମ୍ୟାନ ଗତିକୃଷ ମିଶ୍ର ଧନ୍ୟବାଦ ଦଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!