ବିବେକାନନ୍ଦ ପବ୍ଲିକ ସ୍କୁଲ ଆନୁକୁଲ୍ୟରେ ମାନବାଧିକାର ଦିବସ ପାଳିତ

କରଞ୍ଜିଆ (ଜିତେନ୍ଦ୍ର ରାଜ): କରଞ୍ଜିଆ ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ମାନବାଧିକାର ଦିବସ ତାଲୁକ ଆଇନ ସେବା କମିଟି ଆନୁକୁଲ୍ୟ ରେ ଓ କମିଟି ର ସଭାପତି ତଥା ଅତିରିକ୍ତ ଜିଲ୍ଲା ଦୌର୍। ଜଜ ଆଶିଷ ରଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଓକିଲ ସଂଘ ସଭାପତି ବାଞ୍ଛାନିଧି ପୃଷ୍ଟି, ବିଦ୍ୟାଳୟ ର ଅଧ୍ୟକ୍ଷ ହିମାଂଶୁ ଘଡେଇ, ବିଦ୍ୟାଳୟ ର ପ୍ରତିଷ୍ଠାତା ବିଷ୍ଣୁ କୁମାର ଅଗ୍ରୱାଲା, ଓକିଲ ସଂଘ ସଂପାଦକ ଦିବ୍ୟ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇ ଜନସାଧାରଣ ଙ୍କ ମୌଳିକ ଅଧିକାର ଉପରେ ବକ୍ତବ୍ୟ ପ୍ରଦାନ୍ କରିଥିଲେ।

ସମସ୍ତ ଅତିଥି ବୃନ୍ଦଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ଙ୍କ ମୌଳିକ ଅଧିକାର ବିଷୟରେ ଅବଗତ କରାଇଥିଲେ । ଏହି ଦିବସ ରେ ତ।ଲୁକ୍ ଆଇନ ସେବା କମିଟି ର ସମସ୍ତ କର୍ମଚାରୀ ଓ ବିବେକାନନ୍ଦ ସ୍କୁଲ ର ର ଅଧ୍ୟାପକ ସଂଜୟ ପଣ୍ଡା, ଉପାଧ୍ୟକ୍ଷ। ଇଲା ସାହୁ, ବିପିନ ବିହାରୀ ବାରିକ ଓ ଅନ୍ୟ ଅଧ୍ୟାପକ,ଅଧ୍ୟାପିକା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ସଭା ଶେଷରେ ଅଧ୍ୟାପକା ସୁମନ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!