କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ସାଂସଦଙ୍କ ଓଏମସି ଗନ୍ଦମାର୍ଦନ ଖଣି ର ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ରୋହିତ ରଞ୍ଜନ ବାରିକ। ବୁଧବାର ଦିନ ରୋହିତ ରଞ୍ଜନ ବାରିକ ସାଂସଦ ଅନନ୍ତ ନାୟକ ଙ୍କ ପ୍ରଦତ୍ତ ଚିଠି ଓଏମସି ଗନ୍ଦମାର୍ଦନ ର ଖଣି ପ୍ରବନ୍ଧକ ଅନୁରାଗ ଓଝା ଙ୍କୁ ପ୍ରଦାନ କରିଥିଲେ। ଏହି ଚିଠି ପ୍ରଦାନ କରିବା ସମୟରେ ଶ୍ରୀ ବାରିକଙ୍କ ସହିତ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁକଦେବ ମାହନ୍ତ ,ସାଂସଦଙ୍କ ପ୍ରତିନିଧି ବାଂଶପାଳ ବ୍ଲକ ର ପ୍ରହଲ୍ଲାଦ ମହାକୁଡ଼, ତେଲକୋଇ ବିଧାୟକଙ୍କ ବାଂଶପାଳ ପ୍ରତିନିଧି ଉମାକାନ୍ତ ବାରିକ, ସୁଆକାଟି ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ ତଥା ଖଣି ଅଞ୍ଚଳର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସହିତ ସ୍ଥାନୀୟ ଯୁବ ନେତା ବିଷ୍ଣୁଦତ୍ତ ବାରିକ, ଲକ୍ଷ୍ମଣ ବାରିକ, ସଂଜୀତ ବାରିକ, ଗଜେନ୍ଦ୍ର ବାରିକ, ଆଶିଷ ପରିଡା, ବିଜୟ ମହାରଣା,ଶ୍ରମିକ ନେତା ଖଗେଶ୍ୱର ପୂର୍ତ୍ତି ଓ ନିତ୍ୟାନନ୍ଦ ଦେହୁରୀ ଏବଂ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।