ଆସିକା ବିଧାୟକ ସରୋଜ ପାଢ଼ୀଙ୍କୁ ଆସ୍କା-40 ଚିନ୍ତା।

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ଗୃହରେ ଆସ୍କା-୪୦ର ଦର ବୃଦ୍ଧି ଦାବି କଲେ ଆସିକା ବିଧାୟକ ସରୋଜ ପାଢ଼ୀ। ବଜାରରେ ସବୁ ଦର ବଢ଼ିବା ସହିତ ଆସିକା ଚିନି କଳ କ୍ଷତି ସହୁଥିଲେ ମଧ୍ୟ ୫ ବର୍ଷ ହେଲା କାହିଁକି ଆସ୍କା-୪୦ଦର ବଢ଼ିନି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଚିନି କଳ ପରିଚାଳନାରେ ଏହା ସମସ୍ୟା ବୋଲି ଦର୍ଶାଇ ପଶ୍ନ କରିଥିଲେ।ଆଜି ଗୃହରେ ବିଧାୟକ ସରୋଜ ପାଢ଼ୀ କହିଥିଲେ, ଆସିକା ସମବାୟ ଚିନି ଶିଳ୍ପରେ ଥିବା ସୁରା ଶିଳ୍ପ ତଥା ବଟଲ୍ଂ ପ୍ଲାଣ୍ଟରେ ପ୍ରସ୍ତୁତ ଦେଶୀ ସୁରା ‘Aska-40’କୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିଃକୁ ପ୍ରେରଣ କରାଯାଉଛି।

ତେବେ ଏହି ଦେଶୀ ସୁରା ‘Aska-40’ର ମୂଲ୍ୟ ବୃଦ୍ଧି ଶେଷ ଥର ପାଇଁ ୨୦୧୯ ମସିହାରେ ହୋଇଥିଲା।ବର୍ତ୍ତମାନ ପ୍ରତ୍ୟେକ ଜିନିଷର ବଜାର ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲେ ସୁଦ୍ଧା ଇତି ମଧ୍ୟରେ ପ୍ରାୟ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ମୂଲ୍ୟ ବୃଦ୍ଧି ହୋଇନାହିଁ। ଯଦ୍ୱାରା କି ଚିନି ଶିଳ୍ପକୁ ଏହାର ପରିଚାଳନାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହାର ଉଚିତ ମୂଲ୍ୟ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ କି? ତେବେ ଏହାର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦର ଧାର୍ଯ୍ୟ କରେ।ଏବେ ଏହି ବୋତଲର ଦର ୬୦ ଟଙ୍କା ଥିବା କହିଲେ ସମବାୟ ମନ୍ତ୍ରୀ।

Leave a Reply

Your email address will not be published. Required fields are marked *

error: Content is protected !!