ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପୁରୀ ସଦର ପକ୍ଷରୁ ଶିଶୁଉର୍ତ୍ସବ ଅନୁଷ୍ଠିତ

ପୁରୀ (ସମୀର ରଞ୍ଜନ ନାୟକ): ଆଜି ପୁରୀ ସଦରବ୍ଲକ ହନ୍ତୁକ ଗ୍ରାମପଞ୍ଚାୟତର ବଟେଶ୍ୱରଦେବ ଉଚ୍ଚ ବିଦ୍ୟାଳୟ ହନ୍ତୁକ ପୁରୀଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା ), ପୁରୀସଦର ପକ୍ଷରୁ ୪୧ତମ ଶିଶୁ ଉର୍ତ୍ସବ ଆୟୋଜିତ ହୋଇଯାଇଛି l ଏହି ଶିଶୁଉର୍ତ୍ସବରେ ପୁରୀ ସଦରବ୍ଲକର ୧୧ଟି ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରି ଶିଶୁପ୍ରତିଭା ସମ୍ମାନ ଆୟୋଜନ କରିଥିଲେ l ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ପ୍ରତିଯୋଗିତା ସାରିବାପରେ ପୁରସ୍କାର ବିତରଣ ଉର୍ତ୍ସବ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ସନାତନ ଜେନା , ଓଷ୍ଟାର ଜିଲ୍ଲା ଉପସଭାପତି ଲକ୍ଷ୍ମୀଧର ଉପାଧ୍ୟାୟ, ସମ୍ପାଦକ ହରିହର ତ୍ରିପାଠୀ, ବ୍ଲକ ସଭାପତି ଦିବାକର ପ୍ରଧାନ, ବଟେଶ୍ୱର ଦେବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧାକର ସାହୁଙ୍କ ସହିତ ଶିକ୍ଷକ ବସନ୍ତ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର, ବିଭୂନାରାୟଣ ଜେନା, ବାଟକିଶୋର ଜେନା, ଅଜୟ କୁମାର ସ୍ୱାଇଁ, ପୂର୍ଣଚନ୍ଦ୍ର ମହାରଣା ଶତ୍ରୁଘ୍ନ ପ୍ରଧାନ, କୃଷ୍ଣ ଚରଣ ରାଉତ, ମନୋଜ କୁମାର ଦଳାଇ, ପ୍ରତାପ ଚନ୍ଦ୍ର ପଲେଇ ଓ ଶିକ୍ଷୟିତ୍ରୀ ସୁଲେଖା ମିଶ୍ର ଯୋଗଦାନ କରି ସୁରୁଖୁରୁରେ ପରିଚାଳନା କରିଥିଲେ lପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *

error: Content is protected !!