ଭୁବନେଶ୍ୱର (ସମୀଇ ରଞ୍ଜନ ନାୟକ): ବିଧାନସଭା ଗୃହରେ ସାମ୍ବାଦିକଙ୍କ ପେନସନ ପ୍ରସଙ୍ଗ ଉଠାଇଲା ବିଜେଡି । ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମାରେ ପିତାମାତା ଙ୍କୁ ସଂଯୋଗ କରାଯାଉ । ପୂର୍ବ ସରକାର ୫ ଲକ୍ଷରୁ ସ୍ୱାସ୍ଥ୍ୟ ବୀମା କରିଥିଲେ । ତେବେ ଏବେ ସାମ୍ବାଦିକଙ୍କ ପେନସନ ଲାଗୁ ହେଉ । ଦେଶର ୧୭ ଟି ରାଜ୍ୟରେ ପେନସନ ବ୍ୟବସ୍ଥା ରହିଛି । ଗଣାମଧ୍ୟମାକୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ଦିଅନ୍ତୁ । ସାମ୍ବାଦିକ ସୁରକ୍ଷା କାର୍ଯ୍ୟକାରୀ ହେଉ । ମୁଖ୍ୟମନ୍ତ୍ରୀଙ୍କ ନିକଟରରେ ସୂଚନା ପ୍ରସାରଣ ବିଭାଗ ରହିଛି । ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ଅପିଲ କରିଛି ବିଜେଡି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ବିଜେଡି ଗୌତମବୁଦ୍ଧ ଦାସ କହିଛନ୍ତି। ବିଜେଡି ବିଧାୟକ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବାକୁ ଅନୁରୋଧ କରିଛନ୍ତି | ପ୍ରେସ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯାଉ |ବେଳେବେଳେ ଦେଖିବାକୁ ମିଳୁଛି ଅଫିସର ଓ ସାମ୍ବାଦିକଙ୍କ ମଧ୍ୟରେ କିଛି ବିବାଦ ରହୁଛି | ଯାହା ପାଇଁ ଖବର ସଂଗ୍ରହରେ ବାଧା ମଧ୍ୟ ଉପୁଜୁଛି | ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ରହିଛି। ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ଗୌତମବୁଦ୍ଧ ଦାସ କହିଛନ୍ତି।