ସୁବର୍ଣ୍ଣ ଲୋକ ମହୋତ୍ସବର ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ୨୦୨୫ ଜାନୁୟାରୀ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀଙ୍କ ପୌରୋହିତ୍ୟରେ ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟି ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀର ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୫ କୁ ଅଧିକ ଆକର୍ଷଣୀୟ କରିବାପାଇଁ ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ପ୍ରଦର୍ଶନ ଉପରେ ଆଲୋଚନା ହୋଇ ସର୍ବାଧିକ ଲୋକପ୍ରିୟ ଥିବା ସାଂସ୍କୃତିକ ଦଳ ମାନଙ୍କୁ ପ୍ରାଥମିକତା ଦେବାପାଇଁ ନିଷ୍ପତ୍ତି ହୋଇଥିଲା।

ସେହିପରି ଜିଲ୍ଲା ର ସମସ୍ତ ବ୍ଲକ ର ବିକେଏସ୍ଏସ୍, ପୌରାଞ୍ଚଳ ଓ ଏନ୍ଏସି ତଥା ରାଜ୍ୟ ସଂସ୍କୃତି ବିଭାଗ ଓ ରାଜ୍ୟ ବାହାର ର ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କୁ ନେଇ ଚଳିତ ବର୍ଷର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଥିଏଟର ମାର୍ଚ୍ଚ ରେ ଅନ୍ୟୁନ ୬୦୦ ଲୋକକଳାକାର ମାନଙ୍କୁ ନେଇ ଆୟୋଜନ କରାଯିବାକୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଆଜିର ଏହି ବୈଠକ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ଡିସିସି ସଭ୍ୟ ମାନଭଞ୍ଜନ ମିଶ୍ର, ଦିଲ୍ଲୀପ ପାତ୍ର, ପ୍ରଦ୍ୟୁମ୍ନ କୁମାର ସାହୁ ବେଣୀମାଧବ ବେଦବାକ, ଲଡୁ କିଶୋର ମଲ୍ଲିକ, ନିରାକାର ଦେହେରୀ, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ମତାମତ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!