ବରଗଡ (ମୁକୁନ୍ଦ ଦାସ): ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ଵର ଶାଖା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାର ମାନକ କ୍ଲବର ଛାତ୍ରଛାତ୍ରୀ ଶୈକ୍ଷିକ କ୍ଷେତ୍ର ପରିଭ୍ରମଣରେ ଆସି ଜିଲ୍ଲାରେ ଥିବା ଏସିସି ସିମେଣ୍ଟ କାରଖାନା ପରିଦର୍ଶନ କରିଥିଲେ। ବିଦ୍ୟାଳୟର ମାନକ କ୍ଲବର ମାର୍ଗ ଦର୍ଶକ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀଙ୍କ ନେତୃତ୍ବରେ ମାନକ କ୍ଲବର ୨୬ଜଣ ସଦସ୍ୟ ଏହି ଶୈକ୍ଷିକ ପରିଭ୍ରମଣରେ ଅଂଶ ଗ୍ରହଣ କରି ଶିଳ୍ପାନୁଷ୍ଠାନ ପରିଭ୍ରମଣ କରିବା ସହିତ ପ୍ଲାଣ୍ଟର ବିଭିନ୍ନ ଉତ୍ପାଦ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ଶିକ୍ଷକ ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ, ରୁକୁଣୀ ସେଠ୍ ଏଥିରେ ସକ୍ରିୟ ସହଯୋଗ କରିଥିଲେ।
ସାଧନକର୍ମୀ ରଞ୍ଜନ କୁମାର ସାହୁ ଶିଳ୍ପାନୁଷ୍ଠାନ ପରିଭ୍ରମଣର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ମାନକ କ୍ଲବର ସମସ୍ତ ସଦସ୍ୟ ଶିଳ୍ପାନୁଷ୍ଠାନ ପହଞ୍ଚିବା ପରେ ପ୍ଲାଣ୍ଟ ମ୍ୟାନେଜର ସୁକାନ୍ତା ସାମନ୍ତା ସମସ୍ତଙ୍କୁ ସ୍ଵାଗତ କରିବା ସହିତ ପ୍ଲାଣ୍ଟର ବିଭିନ୍ନ ଉତ୍ପାଦ ଏବଂ ପରିଚାଳନା ବିଷୟରେ ଧାରଣା ପ୍ରଦାନ କରିଥିଲେ। ପରୀକ୍ଷାଗାରର ମୁଖ୍ୟ ପଙ୍କଜ ପ୍ରଜାପତ ଏବଂ ଟେକନିସିଆନ୍ ଶ୍ୱେତାରାଣୀ ବେହେରା ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ନିର୍ଦ୍ଧାରିତ ଉତ୍ପାଦମାନଙ୍କ ମଧ୍ୟରୁ ପ୍ଲାଣ୍ଟରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ସିମେଣ୍ଟର ଗୁଣବତ୍ତା ଏବଂ ମାନକ ସମ୍ବନ୍ଧୀୟ ବିଭିନ୍ନ ଜ୍ଞାନ ପ୍ରଦାନ କରିବା ସହିତ ପ୍ରଦର୍ଶନ ମାଧ୍ୟମରେ ସିମେଣ୍ଟ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ, ପ୍ରସ୍ତୁତି, ଧର୍ମ ଏବଂ ବ୍ୟବହାର ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।ନିରାପତ୍ତା ପାଇଁ ପ୍ଲାଣ୍ଟରେ ମାନକ କ୍ଲବର ସଦସ୍ୟମାନଙ୍କୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଧାରଣା ଦେଇଥିଲେ।
ଶିଳ୍ପାନୁଷ୍ଠାନ ପରିଭ୍ରମଣରେ ଆହରଣ କରିଥିବା ସମସ୍ତ ତଥ୍ୟ ଏବଂ ଜ୍ଞାନ କୌଶଳକୁ ଭିତ୍ତି କରି ଏକ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ମାନକ କ୍ଲବ ଓ ବିଜ୍ଞାନ କ୍ଲବର ପରାମର୍ଶଦାତା ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ କ୍ଲବର ସଦସ୍ୟମାନଙ୍କୁ ସୂଚନା ପ୍ରଦାନ କରିଥିଲେ।ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ଵର ଶାଖାର ନିର୍ଦ୍ଦେଶକ ବୈଜ୍ଞାନିକ ଏକେ ପୁରୋହିତଙ୍କ ନିର୍ଦେଶାନୁକ୍ରମେ ଏସ ପିଓ ସ୍ବପ୍ନିଳ ପ୍ରତାପ ,ଏସ ପିସି ରଜନୀ ପନୱାର ଏବଂ ଏସ ପି ସି ସଞ୍ଜୀବ କୁମାର ନାଏକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।