ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ଜାନୁଆରୀ ମାସରେ ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ । ସୂଚନା ଦେଲେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ l ସେ କହିଛନ୍ତି, ଆମର ଗଣତାନ୍ତ୍ରିକ ଦଳ। ଗଣତାନ୍ତ୍ରିକ ଉପାୟରେ ସଭାପତି ନିର୍ବାଚନ ହେବ। ତେବେ ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଛି। ମଣ୍ଡଳ ନିର୍ବାଚନ ଚାଲିଛି। ଏହାପରେ ଜିଲ୍ଲା ସଭାପତି ନିର୍ବାଚନ ଓ ତା’ପରେ ରାଜ୍ୟ ସଭାପତି ବଛାଯିବ। ଆଗାମୀ ମାସରେ ନୂଆ ରାଜ୍ୟ ସଭାପତି ବଛାଯିବେ। ଏହାସହ ବିଜେଡିର ବହୁ ସାଂସଦ ଓ ବିଧାୟକ ବିଜେପି ଯୋଗାଯୋଗରେ ଅଛନ୍ତି ବୋଲି ତୋମାର କହିଛନ୍ତି।ରାଜ୍ୟ ବିଜେପି ମୁଖିଆ ଭାବେ ମନମୋହନ ସାମଲଙ୍କୁ ୨୦୨୩ ମସିହାରେ ଚୟନ କରାଯାଇଥିଲା। ତାଙ୍କର ବଳିଷ୍ଠ ନେତୃତ୍ୱ ଓ ରଣନୀତିରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ରାଜ୍ୟରେ ଜବରଦସ୍ତ ଫଳାଫଳ ମିଳିଥିଲା। ୨୪ ବର୍ଷ ଧରି ଲଗାତାର ଭାବେ ଶାସନ କ୍ଷମତାରେ ଥିବା ବିଜେଡି ଗାଦିଚ୍ୟୁତ ହୋଇଥିଲା। ବିଜେପି ରାଜ୍ୟରେ ଏକାକୀ ଶାସନ କ୍ଷମତାରେ ରହିଛି

Leave a Reply

Your email address will not be published. Required fields are marked *

error: Content is protected !!