କେନ୍ଦ୍ରାପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ

କେନ୍ଦ୍ରାପଡା(ଅଲେଖ ନାୟକ): କେନ୍ଦ୍ରାପଡାରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ସମିଳନୀକକ୍ଷରେ ସଡ଼କ ସୁରକ୍ଷା ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ନିଲୁ ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଡ଼କ ସୁରକ୍ଷା ସଚେତନତା ପଦଯାତ୍ରା ଆୟୋଜନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସଡ଼କ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ । ସଡ଼କ ସୁରକ୍ଷା ଓ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ଯୁ ପାଇଁ ଜିଲ୍ଲା ପରିବହନ ପକ୍ଷରୁ ନିଯାଇଥିବା ପଦକ୍ଷେପ ବିଷୟରେ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ଧୀରେନ କୁମାର ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଗତ ତା ୧୧.୦୯.୨୦୨୪ ରିଖରେ ହୋଇଥିବା ସଡ଼କ ସୁରକ୍ଷା ବୈଠକରେ ଆଲୋଚିତ ହୋଇଥିବା ବ୍ଲାକ ସ୍ପଟ ଯଥା ଚାନ୍ଦୋଳ ଓ ଜଣ୍ଟିଲ ପାଖରେ ଦୁର୍ଘଟଣା ଜନିତ ସତର୍କତା ଫଳକ ଲଗାଯାଇଛି ଓ ଗାଡିର ଗତି କମାଇବା ପାଇଁ ରମ୍ବଲସ ନିର୍ମାଣ କରାଯାଇଛି ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି ।

୨୦୨୩ ମସିହାରେ ୧୧୭ ଗୋଟି ଦୁର୍ଘଟଣା ଘଟି ସେଥିରେ ୧୭୦ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ନଭେମ୍ବର ୩୦, ୨୦୨୪ ସୁଦ୍ଧା ୨୦୨୪ ମସିହାରେ ୧୩୯ ଗୋଟି ଦୁର୍ଘଟଣାରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଜିଲ୍ଲା ପରିବହନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦୁର୍ଘଟଣାଜନିତ ମୃତ୍ୟୁହାର କମ କରିବାକୁ ଜନଚେତନତା ସୃଷ୍ଟି କରିବା ପାଇଁ ତଦାରଖ ଜୋରଦାର କରିବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା, ମାଦକ ଦ୍ରବ୍ୟ ବ୍ୟବହାର ନକରିବା, ଦୁଇ ଚକିଆ ଯାନରେ ଦୁଇଜଣରୁ ଅଧିକ ନବସିବା, ୧୮ବର୍ଷ ରୁ କମ ପିଲାଙ୍କୁ ଗାଡି ଚଳାଇବାକୁ ନଦେବା, ଗାଡି ଚଳାଇବା ପୂର୍ବରୁ ବ୍ରେକ, ହଣ, ଇଣ୍ଡିକେଟର, ଟାୟାର ପ୍ରେସରର ଚେକ କରିବା, ହେଲମେଟ ବ୍ୟବହାର କରିବା, ଗୃହପାଳିତ ପଶୁ ରାସ୍ତା ଉପରକୁ ନଛାଡିବା ଏବଂ ଅଯଥା ରାସ୍ତା ଅବରୋଧ ନକରିବା, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଓ ବିଭିନ୍ନ କାର୍ଯ୍ୟIଳୟ ପାଖରେ କର୍କଶ ହର୍ନ ନବଜାଇବା, ଆବଶ୍ୟକତା ଠାରୁ ଅଧିକ ଗତିରେ ଗାଡି ନଚଳେଇବା, ଅସୁସ୍ଥ ଥିଲେ ଗାଡି ନାଚଳାଇବା, ମଟର ଗାଡି ଚଳାଇଲାବେଳେ ସିଟ ବେଲ୍ଟ ବ୍ୟବହାର କରିବା, କ୍ଷମତା ଠାରୁ ଅଧିକ ମାଲ ଏବଂ ଯାତ୍ରୀ ପରିବହନ ନକରିବା ଆଦି ନିୟମ ଗୁଡିକ ପାଳନ ନକଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜିଲ୍ଲା ପରିବହନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ADPHO ଡକ୍ଟର ସଚିତାନନ୍ଦ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, Dy. Collector(Nizarat) ପଲ୍ଲବୀ ପାତ୍ର ଗ୍ରାମ୍ୟ ଉନୟନ ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, NHAI ଅଧିକାରୀ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା, ବସ ଓ ଟ୍ରକ ମଲିକ ସଂଘର ସଭାପତି ଓ ଉପସଭାପତି ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!