ଗନ୍ଧମାର୍ଦ୍ଦନ ଖଣି ପ୍ରଭାବିତ ଅଞ୍ଚଳର ଟ୍ରକ୍ ମାଲିକ ମାନଙ୍କୁ ଅଗ୍ରାଧିକାରରେ ଟ୍ରକ୍ ଲୋଡିଂ ପାଇଁ ଦାବୀ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଗନ୍ଧମାର୍ଦ୍ଦନ ଶୁଆକାଟି ଖଣି ପ୍ରଭାବିତ କେନ୍ଦୁଝର ସହର ଅଞ୍ଚଳ ର ଦୀର୍ଘସ୍ଥାୟୀ ବାସିନ୍ଦା ଖଣି ଆଇନ୍ ୧୯୫୨ ର ଉପଧାରା ଅନୁଯାୟୀ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଖଣି ମଧ୍ୟ ଭାଗରୁ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ବୋଫୋର ଜୋନ ବିବେଚନା କରାଯାଇ ଅଛି। ଏଥିପାଇଁ ଆଜି କେନ୍ଦୁଝର ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ଭେଟି କେନ୍ଦୁଝର ଅଞ୍ଚଳର ଟ୍ରକ୍ ମାଲିକ ମାନଙ୍କୁ ଅଗ୍ରାଧିକାର ଭିଭି ରେ ଟ୍ରକ୍ ଲୋଡିଂ ପାଇଁ ଦାବୀ କଲେ କେନ୍ଦୁଝର ଅଞ୍ଚଳର ଟ୍ରକ୍ ମାଲିକ ମାନେ।

ଅଞ୍ଚଳରେ ବସବାସ କରୁଥିବା ଲୋକ ମାନଙ୍କର ଜୀବନ ପ୍ରତିମୁହୂର୍ତ୍ତରେ ବିପଦ ଘନେଇ ରହୁଛି। ଯଥା-ଧୁଳିଧୁଆଁ, ଦୁର୍ଘଟଣା, ଯାତାୟାତରେ ସମସ୍ୟା, ସ୍କୁଲ ପିଲମାନଙ୍କର ପାଠ ପଢ଼ା ରେ ବ୍ୟାଘାତ, ରୋଗୀ ହସ୍ପିଟାଲ ଯିବାରେ ବ୍ୟାଘାତ ହେଉଥିବା ଟ୍ରକ ମାଲିକ ମାନେ କହିଛନ୍ତି। ସରକାରଙ୍କର MMDR Act ଅନୁଯାୟୀ ଯାହା ସୁବିଧା ସୁଯୋଗ ମିଳିବା କଥା ତାହା ପାଇବାରୁ ବଞ୍ଚିତ ଏହି ଅଞ୍ଚଳ ର ବାସିନ୍ଦା।ଏପଟେ ଚାଷବାସ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥ‌ିବା ବେଳେ ଅନ୍ୟ କୌଣସି ରୋଜଗାର ପନ୍ଥା ମଧ୍ୟ ନାହିଁ ।ଏଣୁ ଏହି ଅଞ୍ଚଳ ରେ ଲୋକମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଟ୍ରକ୍ ବ୍ୟାପାର କରି ପରିବାର ପ୍ରତିପୋଷଣକରୁଛନ୍ତି।

ଏହି ଟ୍ରକ ବ୍ୟବସାୟ ଦ୍ବାରା କେନ୍ଦୁଝର ଟାଉନ ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏକ ଲକ୍ଷ ରୁ ଅଧିକଲୋକ ନିର୍ଭର କରିଥାନ୍ତି। ଟ୍ରକ୍ ବ୍ୟବସାୟ କେନ୍ଦୁଝର ଜିଲ୍ଲାର ଆର୍ଥିକ ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ କହିଛନ୍ତି ଟ୍ରକ ମାଲିକ ବରିଷ୍ଠ ଟ୍ରକ ମାଲିକ ନିହାର ଦାସ । ଏନେଇ ଟ୍ରକ ମାଲିକ ମାନେ ଜିଲାପାଳ ଙ୍କୁ ଭେଟି ଦାବୀ ଜଣାଇବା ପରେ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି,ଏହି କାର୍ଯ୍ୟକ୍ରମ ରେ ରଞ୍ଜନ ତ୍ରିପାଠୀ, ଗୁନା ସାହୁ, ପ୍ରଭାତ ରାଉତ, ଗିଟୁ ପଟ୍ଟନାୟକ,ଗୋପୀନାଥ ରାମ, ପାର୍ଥ ମିଶ୍ର, ଶିବବ୍ରତ ଧୀର, ଅମର ପଟ୍ଟନାୟକ ଙ୍କ ସହ ଅନେକ ସ୍ଥାନୀୟ ଟ୍ରକ ମାଲିକ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!