ଡ଼ିସେମ୍ବର ୧୮ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ଗୋନାସିକା କେନ୍ଦୁଝର ମହୋତ୍ସବ

କେନ୍ଦୁଝର ଗୋନାସିକା କେନ୍ଦୁଝର ମହୋତ୍ସବ ଏବଂ ନିମନ୍ତେ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । କେନ୍ଦୁଝର ଷ୍ଟାଡିୟମରେ ଡିସେମ୍ବର ୧୮ ରୁ ୨୨ ପର୍ଯ୍ୟନ୍ତ ଗୋନାସିକା ମହୋତ୍ସବ ଏବଂ କାଳୀ ପଡ଼ିଆଠାରେ ଡ଼ିସେମ୍ବର ୧୮ ତାରିଖରୁ ୧୦ ଦିନ ବ୍ୟାପୀ ଡିସେମ୍ବର ୨୭ ଯାଏଁ ଆଞ୍ଚଳିକ ସରସ ମେଳା ଆୟୋଜିତ ହେବ। ୧୮ ତାରିଖ ଉଦଘାଟନୀ ସଂଧ୍ୟା ୬:୦୦ ଘଟିକା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଆଞ୍ଚଳିକ ସରସ ମେଳା ଓ ପରେପରେ ଗୋନାସିକା କେନ୍ଦୁଝର ମହୋତ୍ସବର ଶୁଭ ଉଦଘାଟନ କରିବେ ।

ଦ୍ଵିତୀୟ ସନ୍ଧ୍ୟାରେ ମାନ୍ୟବର ମନ୍ତ୍ରୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଶ୍ରୀ ସୂରଜ ସୂର୍ଯ୍ୟବଂଶୀ, ତୃତୀୟ ସନ୍ଧ୍ୟାରେ ମାନ୍ୟବର ମନ୍ତ୍ରୀ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ଶ୍ରୀ ମୁକେଶ ମହାଲିଙ୍ଗ, ଚତୁର୍ଥ ସନ୍ଧ୍ୟାରେ ମାନ୍ୟବର ମନ୍ତ୍ରୀ ଆଇନ, ଅବକାରୀ ଓ ପୂର୍ତ୍ତ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏବଂ ପଞ୍ଚମ ତଥା ଅନ୍ତିମ ଦିବସରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ବିଶାଲ ସିଂହ ଆଜି ଦରବାର ହଲଠାରେ ଗଣମାଧ୍ୟମ ପ୍ରତିନଧିମାନଙ୍କୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି ।

ଏଥିସହ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିବା କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ କେନ୍ଦୁଝରର କଳାକାର ମାନଙ୍କ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଅନ୍ୟ ରାଜ୍ୟ ଏବଂ ବଲିଉଡ଼ କଳାକାର ଯଥା ନନ୍ଦୀ ସିଷ୍ଟର୍ସ, ଅନନ୍ୟା ପାଲ ଓ ନକାସ ଅଜିଜ ପ୍ରମୁଖ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ ପୂର୍ବକ ଏହି ମହୋତ୍ସବକୁ ଆକର୍ଷଣୀୟ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।ସେହିପରି ଓରମାସ ସହଯୋଗରେ କାଳୀ ପଡିଆରେ ଆୟୋଜିତ ହେବାକୁ ଥିବା ସରସ ମେଳାରେ ମୋଟ ୩୦୦ ଗୋଟି ଷ୍ଟଲ ସ୍ଥାନ ପାଇବ। ବିଶେଷ କରି ମହିଳା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ ନିମନ୍ତେ ପ୍ରାଧାନ୍ୟ ଦିଆଯାଇଛି ।ଖାଦ୍ୟ ଷ୍ଟଲ ଓ ପୁସ୍ତକ ମେଳାର ମଧ୍ୟ ବ୍ୟବସ୍ଥା କରାଯାଇ ସବୁ ବର୍ଗର ରୁଚିକୁ ଧ୍ୟାନ ଦିଆଯାଇଛି । ପଡିଆର ପରିମଳ ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ପଡିଆ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସିଂହ ସୂଚନା ଦେଇଥିଲେ ।ଏହି ଅବସରରେ ଗୋନାସିକା କେନ୍ଦୁଝର ମହୋତ୍ସବର ପୋଷ୍ଟ

Leave a Reply

Your email address will not be published. Required fields are marked *

error: Content is protected !!