ଜୁନିୟର ରେଡକ୍ରସ କ୍ୟାମ୍ପରେ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର : ୫୧ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନ, ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ମଞ୍ଜୁଲତା ଭୋଇ ଓ ଜିଲ୍ଲା ଜୁନିୟର ରେଡକ୍ରସ ଭାଇସଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର ଙ୍କ ମାର୍ଗଦର୍ଶନରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସର ଶିକ୍ଷା ଓ ତାଲିମ ଶିବିର ଦ୍ଵିତୀୟ ଦିନରେ ପଂଚାୟତ ହାଇସ୍କୁଲ ମୟାବର୍ହା ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l

ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ସଂଯୋଜନା ଓ ରାଜ୍ୟ ପୁରସ୍କାର ପ୍ରାପ୍ତ ରକ୍ତବୀର ରାମ ନାରାୟଣ ଦାଶ ଙ୍କ ପରିଚାଳନାଲେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋନପୁର ମହାନଦୀଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠlତା ପ୍ଲାବନ ମହାପାତ୍ର, ସୋନପୁର ପୂର୍ବତନ ଜେଆରସିଓ ସୁରେଶ ପଧାନ, ବଲାଙ୍ଗୀର ପୂର୍ବତନ ଜେଆରସିଓ ସୁବାଷ ଚନ୍ଦ୍ର ପଟେଲ, ଏସ.ରାମପୁର ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ହୋତା, ଗଜବନ୍ଧ ହାଇସ୍କୁଲ ପ୍ରଧାନଶିକ୍ଷକ ପଂଚାନନ କମ୍ପ, ସମଲେଇଚୁଆଁ ହାଇସ୍କୁଲ ପ୍ରଧାନଶିକ୍ଷକ ଲୋକନାଥ ମେହେର ପ୍ରମୁଖ ଅତିଥି ଯୋଗଦାନ କରିଥିଲେ l ବଲାଙ୍ଗୀର ବ୍ଲଡ ବ୍ୟାଙ୍କ କର୍ମଚାରୀ ମାନଙ୍କ ଦ୍ୱାରା ଶିବିରରେ ସର୍ବମୋଟ ୫୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ପ୍ରକାଶଥାଉକି, ରେଡକ୍ରସର ମୂଳମନ୍ତ୍ରରେ ପ୍ରଭାବିତ ହୋଇ ପ୍ରଥମ ଥର ପାଇଁ ଶିବିରରେ ୨୮ ଜଣ ସ୍ୱେଚ୍ଚାସେବୀ ରକ୍ତଦାନ କରିଥିଲେ l କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନଶିକ୍ଷକ ବସନ୍ତ କୁମାର ହୋତା, ଜ୍ୟୋତିଷ୍କର ପଣ୍ଡା, ରମାବଲ୍ଲବ ବାରିକ, ଶାନ୍ତୁନୁ ପ୍ରଧାନ, ବ୍ରଜବନ୍ଧୁ ନାୟକ, ସତ୍ୟନାରାୟଣ ପଧାନ, ସୁର୍ଯ୍ୟନାରାୟଣ ପଟ୍ଟନାଏକ, ସଂପଦ ଖମାରୀ ପ୍ରମୁଖ ବିଶେରେ ସହଯୋଗ କରିଥିଲେ l ମାହାବର୍ହା ହାଇସ୍କୁଲର ଜୁନିୟର ଲିପସା ଯୁଆଡି, ଜନନୀକା ନାଏକ, ଅର୍ଚ୍ଚିତା ପଧାନ, ଶୁଭଶ୍ରୀ ବରିହା, ମନୀଷା ଗିରି, , ଏବଂ ସ୍କାଉଟ ଟ୍ରୁପର କ୍ରୀସ ପ୍ରସାଦ ବାଘ, ସୁଜିତ, ବିକାଶ, ପଂଚାନନ, ଗୋବର୍ଦ୍ଧନ, ଅଂଶୁମାନ, ନିମାଈ ପ୍ରମୁଖ କାର୍ଯ୍ୟକ୍ରମରେ ରକ୍ତଦାତାଙ୍କୁ ଆବଶ୍ୟକୀୟ ସେବା ତଥା ଭାବପୂର୍ଣ୍ଣ ଆବେଗ ଜଣାଇଥିଲେ । ରକ୍ତଦାନ ମହତ ଦାନ ଓ ରକ୍ତର ବିକଳ୍ପ ନାହିଁ ଭଳି ମହତ କାର୍ଯ୍ୟରେ ଯୋଗଦେଇଥିବା ସମସ୍ତ ରକ୍ତଦାତା ମାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!