ପୁରୀ (ସମୀର ରଞ୍ଜନ ନାୟକ) : ପୁରୀ ଜିଲ୍ଲା ସ୍କୁଲ ଠାରେ ହକିର ହାଇଫରମାନ୍ସ ସେଣ୍ଟର ଟାଟା ଓଡିଶା ନାଭାଲ ଟାଟା ହକି ପକ୍ଷରୁ ଖୋଲା ଯାଇଛି।ଗତକାଲି ଆଭାସୀ ମାଧ୍ୟମରେ ଏହି ସେଣ୍ଟର ର ଉଦଘାଟନ ହୋଇଥିଲା।ତୃଣମୂଳ ସ୍ତରରୁ ଦକ୍ଷତା ସମ୍ପର୍ଣ୍ଣ କ୍ରୀଡା ପ୍ରତିଭା ଙ୍କୁ ଚିହ୍ନଟ କରି ସେମାନଙ୍କ ବିକାଶ କରାଇବା ଲକ୍ଷ୍ୟ ରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି।ଆଜି ଆୟୋଜିତ ହୋଇଥିଲା ପ୍ରଥମ ମ୍ୟାଚ ।ଢେଙ୍କାନାଳ ର ବାଳକ ଓ ବାଳିକା ହକି ଦଳ ସହ ପୁରୀ ବାଳକ ଓ ବାଳିକା ଦଳର ମ୍ୟାଚ ଅନୁଷ୍ଠିତ ହୋଇଥିଲା।
ଏଥିରେ ବାଳିକା ବର୍ଗରେ ଢେଙ୍କାନାଳ ଓ ବାଳକ ବର୍ଗରେ ପୁରୀ ଦଳ ଚମ୍ପିୟାନ ହୋଇଥିଲେ।ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଯୋଗ ଦେଇ ଆଜିର ସମୟରେ ସବୁ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ଓ ସଫଳତାର ମାର୍ଗ ରହିଛି। ତେଣୁ ନିଜର ଲକ୍ଷ୍ୟ ସ୍ଥିର କରି ଆଗେଇବାର ଆବଶ୍ୟକତା ରହିଛି। ପିଲା ମାନେ କଠିନ ପରିଶ୍ରମ କରିବା ସହ ନିଜର କର୍ତ୍ତବ୍ୟ ପ୍ରତି ଯତ୍ନ ବାନ ହେଲେ ଜୀବନରେ ସଫଳ ହୋଇପାରିବେ ବୋଲି କହିଥିଲେ।ପରେ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ବରିଷ୍ଠ ହକି କୋଚ ଶେଖର ଚନ୍ଦ୍ର ବେହେରା, ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଗୋପାଳ ପରିଡା, ଜିଲ୍ଲା ସ୍କୁଲ ପିଇଟି ରଞ୍ଜନ କୁମାର ରେଡି ପ୍ରମୁଖ ଯୋଗ ଦେଇ କ୍ରୀଡାବିତ ଙ୍କୁ ଉତ୍ସାହିତ କରିଥିଲେ।