ଖସୁଛି ପାରଦ, ଶୀତରେ ଥରିବ ସାରା ଓଡିଶା ! ୨ ଦିନ ଯାଏଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଖସୁଛି ପାରଦ ବଢୁଛି ଶୀତର ପ୍ରକୋପ । ଥରୁଛି ସାରା ଓଡିଶା । ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲ୍ଡ ୱେଭ୍ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଗାମୀ ୨ ଦିନ ଯାଏଁ ଶୀତରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳରୁ ଓଡିଶା । ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା ଓ ସୁନ୍ଦରଗଡକୁ କୋଲ୍ଡ ୱେଭ୍ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି ରବିବାର ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ ଏହି ୨ ଜିଲ୍ଲାରେ ଶୀତର ଲହରୀ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହାସହ ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଓ ସୁନ୍ଦରଗଡ଼ ଏହି ୨ ଜିଲ୍ଲାରେ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହାସହ ଆସନ୍ତା ୨୪ ଘଂଟାରେ କଲାହାଣ୍ଡି ଓ କନ୍ଧମାଳରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମଧରଣର କୁହୁଡି ପଡ଼ିବାର ସମ୍ଭାବନା ଅଛି। ଆଗାମୀ ୩ ଦିନ ପାଇଁ ସର୍ବନିମ୍ନ ତାପମାତ୍ରାରେ ପରିବର୍ତନ ହେବାର ନାହିଁ। ପରେ ୨ ରୁ ୫ ଡିଗ୍ରି ତାପମାତ୍ରା ବୃଦ୍ଧି ହେବାର ଅଛି।

Leave a Reply

Your email address will not be published. Required fields are marked *

error: Content is protected !!