ଔଷଧ ଦୋକାନୀ ଇଞ୍ଜେକ୍ସନ ଦେଇ ମଣିଷ ମାରିଲା,ପୋଲିସ ମାମଲା ରୁଜ୍ଜୁ କଲା।

କେନ୍ଦୁଝର (ଦଶରଥ ବାରିକ) : ଔଷଧ ଦୋକାନୀ କାହା ଲାଇସେନ୍ସ ନେଇ ଦୋକାନ ଖୋଲିଥିବ ହେଲେ ନିଜେ ଡାକ୍ତର ହୋଇ ଜଣେ ଛାତ୍ରର ଜୀବନ ନେଇଥିଲା। ଉଲ୍ଲେଖଯୋଗ୍ୟ କି ସାହାରପଡ଼ା ବଜାରରେ ଥିବା ସର୍ବେଶ୍ଵର ଔଷଧ ଦୋକାନ ମାଲିକ ଚର୍ମ ରୋଗ ଏକାଥରେ ଭଲ କରିବାକୁ ଜଣେ ନିରୀହ ଛାତ୍ର ଶୁକଦେବ ମୁଣ୍ଡାକୁ ଏମିତି ଇଞ୍ଜେକ୍ସନ ଦେଲା ଯେ ସେ ଏକାଥରେ ଜୀବନ ହରାଇଲା। ସେହି ଇଞ୍ଜେକସନ ଅସଲି କି ନକଲି ଏବେ ତଦନ୍ତ ହେବା ଉଚିତ୍।

ଆଉ ଦୋକାନୀ କିପରି ଏହି ଇଞ୍ଜେକସନ ଦେଇ ପିଲାକୁ ମାରିଲା ତାହା ଗଣମାଧ୍ୟମରେ ଜୋର୍ ଚର୍ଚ୍ଚା ହେବାରୁ ପୋଲିସ ମୃତ ଛାତ୍ରର ବାପାଙ୍କ ଏତଲା କ୍ରମେ ପାଟଣା ଥାନାରେ କେଶ୍ ନଂ ୩୫୧/୨୪ରେ ଏକ ମାମଲା ରୁଜ୍ଜୁ କରିଛି। ତେବେ ପୋଲିସ ଔଷଧ ଦୋକାନୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନଥିବାରୁ ଆଗକୁ ମାମଲା ଦଫାରଫା କରିବାକୁ ଉଦ୍ୟମ କଲେ ମାନବାଧିକାର କମିଶନଙ୍କ ପାଖେ ଅଭିଯୋଗ କରାଯିବ ବୋଲି ଆଲୋଚନା ହେଉଥିବା ଜଣାଯାଇଛିକେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *

error: Content is protected !!