ରତ୍ନଭଣ୍ଡାର ମରାମତି ସରିବା ପରେ ହେବ ରତ୍ନର ଗଣତି ମଣତି : ଆଇନ ମନ୍ତ୍ରୀ

ଭୁବନେଶ୍ୱର/ପୁରୀ(ସମୀର ରଞ୍ଜନ ନାୟକ ): ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ମରାମତି ସରିବା ପରେ ହେବ ରତ୍ନର ଗଣତି ମଣତି । ପୂର୍ବରୁ ଜିପିଏସ୍ ରିପୋର୍ଟ ଆସିବା ପରେ ଏଏସଆଇକୁ ଅନୁମତି ପତ୍ର ଦିଆଯାଇଥିଲା । ଛତିଶାନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ଶେଷ ହୋଇସାରିଛି । ମରାମତି ନେଇ କାର୍ଯ୍ୟସୂଚୀ ଦାଖଲ କରିସାରିଛି ଏଏସଆଇ । ୧୭ରେ ମରାମତି କାମ ଆରମ୍ଭ ହେବା ପରେ ରତ୍ନଭଣ୍ଡାରର ଗଣତି ମଣତି ହେବ ।

ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ଏ ନେଇ ସ୍ବତନ୍ତ୍ର ବୈଠକ କରାଯାଇଥିବା ବେଳେ ମରାମତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲପାଳ ମତ ରଖିଛନ୍ତି ।ମରାମତି ସମୟରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଥିବା ଯୋଗୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ଫୋର୍ସ ମୁତୟନ କରାଯିବ । ମରାମତି ପାଇଁ ଏଏସଆଇ ଓ ଅଧିକୃତ ଅଧିକାରୀ, ସେବାୟତଙ୍କ ମାର୍ଗ ଦର୍ଶିକା ଅନୁସାରେ ଯାଞ୍ଚ କରାଯିବ ।ଶ୍ରୀ ମନ୍ଦିର ଦ୍ୱାର ପିଠା ନୀତି ଠାରୁ ଦ୍ୱାର ବନ୍ଦ ନୀତି ଯାଏଁ ସମସ୍ତ ନୀତି କାନ୍ତି ଶୃଙ୍ଖଳିତ ଭାବେ କରାଯାଇପାରିଲେ ଭଣ୍ଡାର ଘର ମରାମତି ପାଇଁ ଆବଶ୍ୟକୀୟ ସମୟ ମିଳିପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!