ପୁରୀ (ସମୀର ରଞ୍ଜନ ନାୟକ) : ରାଜ୍ୟ ସରକାରଙ୍କ ତାଗିଦ୍ ସତ୍ତ୍ୱେ ସୁଧୁରୁନାହାନ୍ତି ଶ୍ରୀମନ୍ଦିର ସେବାୟତ। ଆଜି ପୁଣି ଲାଗିଛନ୍ତି ପିଟାପିଟି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି ଖବର ମିଳିଛି l ତେବେ ଉଭୟ ମୁଖପଖାଳ ସେବକ । ବେହରଣ ଦ୍ୱାର ନିକଟରେ ପାଦୁକ ବଣ୍ଟାକୁ ନେଇ ଉଭୟ ସେବକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ହେଲେ ପରେ ମାଡପିଟି ଆରମ୍ଭ ହୋଇଥିଲା l ଆକ୍ରମଣରେ ଜଣେ ବୟସ୍କ ସେବକ ଆହତ ହୋଇଛନ୍ତି । ତେବେ ଏହି ମାମଲାକୁ ନେଇ ସିଂହଦ୍ୱାରା ଥାନା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ପବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେହିପରି ଥାନାକୁ ଆସିବା ପରେ ମଧ୍ୟ ଦୁଇ ସେବକଙ୍କ ମଧ୍ୟ ଝଗଡ଼ା ହୋଇଥିଲା।