ଜାତୀୟ ଯୁବ ଉତ୍ସବ ପ୍ରତିଯୋଗିତା ଅନୁଷ୍ଠିତ।

ପୁରୀ (ସମୀର ରଞ୍ଜନ ନାୟକ) : ଜାତୀୟ ଯୁବ ଉତ୍ସବର ପୁରୀ ଜିଲ୍ଲା ସ୍ତରୀୟ ବିବିଧ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଭୋଳାନାଥ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ସମ୍ବର୍ଦ୍ଧିତ କରିଥିଲେ।ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ଭରି ରହିଛି।ଏହାକୁ ଲୋକ ଲୋଚନକୁ ଆଣିବା ଏହି ଯୁବ ଉତ୍ସବ ପ୍ରତିଯୋଗିତାର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ନାୟକ କହିବା ସହ ପ୍ରଥମ ହୋଇଥିବା ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରକୁ ଯାଉଥିବାରୁ ବର୍ତ୍ତମାନ ଠାରୁ ଅଧିକ ପରିଶ୍ରମ କରି ରାଜ୍ୟ ସ୍ତରରେ ଶ୍ରେଷ୍ଠ ହୋଇ ଜିଲ୍ଲାର ସୁନାମ ବଢାନ୍ତୁ ବୋଲି ଆଶା ବ୍ୟକ୍ତ କରିଥିଲେ।

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କାର୍ଯ୍ୟକ୍ରମ ର ପରିଚାଳନା ସହ ଜିଲ୍ଲାର କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନେ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସନିକ ଅଧିକାରୀ ପଦ୍ମନାଭ ପଣ୍ଡା, ଶିକ୍ଷାବିତ ବିଶ୍ବନାଥ ବେହେରା, ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ, ଭୋଳାନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରବୀଣ କୁମାର ମହାନ୍ତି, ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀ ଙ୍କୁ ଉତ୍ସାହିତ କରିଥିଲେ।

ପ୍ରତିଯୋଗୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ପଦ୍ୟ ରଚନା ପ୍ରତିଯୋଗିତା (ହିନ୍ଦୀ/ଇଂରାଜୀ), ଗଳ୍ପ ଲିଖନ ପ୍ରତିଯୋଗିତା (ହିନ୍ଦୀ ଓ ଇଂରାଜୀ), ବକ୍ତୃତା ପ୍ରତିଯୋଗିତା (ହିନ୍ଦୀ ଓ ଇଂରାଜୀ) , ଦଳଗତ ଲୋକ ନୃତ୍ୟ ଓ ଲୋକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ ପ୍ରତିଯୋଗୀ ଙ୍କୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯିବ।ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ,ପୂର୍ବତନ ନିର୍ଦ୍ଦେଶକ ସୂଚନା ଓ ଜନ ସମ୍ପର୍କ ଉତ୍ତର ପୂର୍ବାଞ୍ଚଳ ମାନସ ରଞ୍ଜନ ମହାପାତ୍ର,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat