ଡିସେମ୍ବରରେ ମିଳିବ ନାହିଁ ସୁଭଦ୍ରା ଟଙ୍କା; ଯାଞ୍ଚ ପରେ ପାଇବେ ହିତାଧିକାରୀ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଡିସେମ୍ବରରେ ମିଳିବ ନାହିଁ ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ପରେ ସୁଭଦ୍ରା ଟଙ୍କା ମିଳିବ। ଆଜି ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।ତେବେ ସ୍ଥଗିତ ରହିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଆସନ୍ତା ୨୫ ତାରିଖରେ ମିଳିଥାନ୍ତା ଟଙ୍କା । ହେଲେ ସବିଶେଷ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ନଥିବାରୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାର ଶେଷ ସୁଯୋଗ ଦେଇଛନ୍ତି । ଇ କେୱାଇସି ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ । ଏ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ।

Leave a Reply

Your email address will not be published. Required fields are marked *

error: Content is protected !!