ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ଆଜି ଅପରାହ୍ନ ୫.୩୦ ମିନିଟ ସମୟରେ ଜିଲ୍ଲାପାଳ, ଖୋର୍ଦ୍ଧାଙ୍କ ସମ୍ମିଳନୀ କକ୍ଷରେ ପାଣି ପଞ୍ଚାୟତ ପକ୍ଷ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, କସ୍ତୂରିବାଳା ଜେନା ଉପସ୍ଥିତ ଥିଲେ । ଏହି ପାଣି ପଞ୍ଚାୟତ ୨୨ ଡିସେମ୍ବର,୨୦୨୪ ରୁ ୦୫ ଜାନୁଆରୀ,୨୦୨୫ ପର୍ଯ୍ୟନ୍ତ ଚାଲୁ ରହିବ । ଡିଭିଜନାଲ୍ ସ୍ତରରେ ପ୍ରଥମେ ୨୨ ଡିସେମ୍ବର,୨୦୨୪ , ପରେ ଜିଲ୍ଲା ସ୍ତରରେ ୨୯.୧୨.୨୦୨୪ ରିଖରେ ପାଳନ କରାଯିବ । ଶେଷରେ ରାଜ୍ୟ ସ୍ତରରେ ୦୫.୦୧.୨୦୨୫ ରିଖରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବାର ବ୍ୟବସ୍ଥା ରହିଛି ।
ଜିଲ୍ଲା ସ୍ତରରେ ୨୯.୧୨.୨୦୨୪ ରେ ଏକ ରଥ ପାଣି ପଞ୍ଚାୟତ ପକ୍ଷ ଉଦେଶ୍ୟରେ ସଚେତନ କରେଇବା ପାଇଁ ଜିଲ୍ଲାର ୧୦ ଟି ବ୍ଲକ ଏବଂ ପୌର ପରିଷଦ ପରିକ୍ରମା କରିବ । ଏଥିସହ ଜିଲ୍ଲା ସ୍ତରରେ ଥିବା ବିଦ୍ୟାଳୟ ମାନଙ୍କରେ ପ୍ରତିଯୋଗିତା କରଯାଇ କୃତୀ ଛାତ୍ରୀଛାତ୍ର ମାନଙ୍କୁ ନଗଦ ଟଙ୍କା ଯଥାକ୍ରମେ ୨୫୦୦,୨୦୦୦,୧୫୦୦ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପ୍ରତ୍ୟକ ଡିଭିଜନାଲ୍ ଅନ୍ତର୍ଗତ ଥିବା ସମସ୍ତ ପାଣି ପଞ୍ଚାୟତ ମାନଙ୍କର ସମୀକ୍ଷା କରିବା ସହ ୧୦ ଦିନ ଭିତରେ ଏକ ବୈଠକ କରି ବିବରଣୀ ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପିଲାମାନଙ୍କ ପ୍ରତିଯୋଗିତା କରାଇବାକୁ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ୧୦ ଗୋଟି ଷ୍ଟଲ ଖୋଲିବାକୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଜଳ ସେଚନର ସମ୍ପୃକ୍ତ ଅଧିକାରୀମାନେ ଅତିରିକ୍ତ ଶିକ୍ଷା ଅଧିକାରୀ, ସ୍ନିଗ୍ଧା ମିଶ୍ର ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାମୟୀ ଆଚାର୍ଯ, ଜିଲ୍ଲା ଟୁରିଷ୍ଟ ଅଧିକାରୀ ମୀରାବାଇ ବେହେରା ଓ ବନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଧନ୍ୟବାଦପୂର୍ବକ ବୈଠକ ସାଙ୍ଗ କରଯାଇଥିଲା ।