ପୁରୀ (ସମୀର ରଞ୍ଜନ ନାୟକ) : ଭାରତ ସ୍କାଉଟ ଓ ଗାଇଡ ସଂଗଠନରେ ଦୀର୍ଘଦିନ ଧରି ନିସ୍ୱାର୍ଥପର ଭାବେ ନିରନ୍ତର ସେବା ପ୍ରଦାନ କରୁଥିବାରୁ ଚଳିତ ମାସ ୧୪ ଓ ୧୫ ରିଖ ୨ଦିନ ଧରି ସ୍କାଉଟ ଆଣ୍ଡ ଗାଇଡ ବିଶ୍ଵ ସଂଗଠନ *ATAS ( Association of Top Achiever’ Scouts )* ତରଫରୁ ଚଳିତ ବର୍ଷ ଛତ୍ତିଶଗଡ଼ ସ୍ଥିତ ରାୟପୁର ଠାରେ ଆୟୋଜିତ ତ୍ରିବାର୍ଷିକ ଅନ୍ତଃରାଷ୍ଟ୍ରୀୟ ତଥା ୮ମ ରାଷ୍ଟ୍ରୀୟ ସମିଳନୀରେ ଓଡିଶାରୁ ପୁରୀ ଜିଲ୍ଲା ସ୍କାଉଟ ସଂଗଠକ ଶ୍ରୀ ଦେବାଶିଷ ମିଶ୍ରଙ୍କୁ *ଗୁଡ ୱିଲ ଆମ୍ବାସଡ଼ର* ଭାବରେ ସମ୍ମାନିତ କରାଯାଇ ଅଛି l
ଏହି ଉତ୍ସବରେ ଅନ୍ତଃରାଷ୍ଟ୍ରୀୟ ସଭାପତି ସାଇମନ ହଁlବକ୍ ରି, ଦକ୍ଷିଣ କୋରିଆର ପ୍ରତିନିଧି କିମ୍ ସିୟlଙ୍ଗସୁ, ଅନ୍ତଃରାଷ୍ଟ୍ରୀୟ ସଚିବ ମାକ ମିକି, ଶ୍ରୀଲଙ୍କା ସ୍ଥିତ କିଙ୍ଗ ଆଣ୍ଡ କୁଇନ ସ୍କାଉଟର ପ୍ରେସିଡେଣ୍ଟ କ୍ୟାପଟେନ ଜ୍ଞାନ ପ୍ରସାଦ କୁମାରା, ଆଟାଶ ଇଣ୍ଡିଆ ରାଷ୍ଟ୍ରୀୟ ସଂଗଠନ ମୁଖ୍ୟ ଜଷ୍ଟିସ କଳ୍ପେଶ ଶ୍ ଜାଭେରୀ ଏବଂ ଛତିଶଗଡ଼ ରାଜ୍ୟ ସ୍କାଉଟ ଓ ଗାଇଡର ରାଜ୍ୟ ମୁଖ୍ୟ କମିଶନର ଶ୍ରୀ ସୋମନାଥ ଯାଦବ ଉପସ୍ଥିତ ଥିଲେ l ଏହି ଉତ୍ସବରେ ବିଭିନ୍ନ ଦେଶରୁ ଆସିଥିବା ୨୪ ଜଣ ପ୍ରତିନିଧିକୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି l