ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ବଦଳି କଲେ ରାଜ୍ୟ ସରକାର।

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ବିଷ୍ଣୁପଦ ସେଠୀଙ୍କୁ ଓଏସ୍‌ଡି ଭାବେ ମିଳିଲା ନିଯୁକ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍‌ଡି ହେଲେ ବିଷ୍ଣୁପଦ ସେଠୀ।ଭୁବନେଶ୍ୱର :ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ସହ ଲୁଚକାଳି ଖେଳୁଥିବା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୋହନ ସରକାର । ଆଜି ତାଙ୍କୁ ୩ଟି ଯାକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି ।

ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ପନିସମେଂଟରେ ପଠାଇ ଦିଆଯାଇଛିତେବେ ଏସବୁ ମଧ୍ୟରେ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ବ ମୁକ୍ତ କରିଛନ୍ତି। ରାଜ୍ର ସରକାର ତାଙ୍କୁ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗର ଶାସନ ସଚିବ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ବରୁ ମୁକ୍ତ କରିଛନ୍ତି। ଏହା ସହ ପଛୁଆ ବର୍ଗ ଏବଂ ଜନଜାତି କଲ୍ୟାଣ ବିଭାଗର ଓଏସଡି ଦାୟିତ୍ବରେ ମଧ୍ୟ ମୁକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!