ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା-ବାଲିପଦର ରାସ୍ତାରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାଯାଇଛି। ଗୁରୁତର ଯୁବକ ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ପ୍ରବୀଣ ଡାକୁଆ (୨୬) ଏବଂ ଆହତ ଜଣକ ଭାବରଡା ଗାଁର ନାରାୟଣ ଡାକୁଆ । ପ୍ରକାଶ ଯେ , ପ୍ରବୀଣ ଓ ତା`ର ମାଉସୀ ପୁଅ ଭାଇ ନାରାୟଣ ଉଭୟେ କୌଣସି କାମରେ ବାଲିପଦର ଗ୍ରାମକୁ ଯାଇ ସେଠାରୁ ବାଇକରେ ଫେରୁଥିବା ବେଳେ ଏକଡାଳ ଗାଁ ନିକଟରେ ଖରିଡା ଗ୍ରାମରୁ ଚାଉଳ ବସ୍ତାଟିଏ ବୋଝେଇ କରି ଆସୁଥିବା ଏକ ଏକ୍ସିଲ୍ ଗାଡି ତାଙ୍କର ବାଇକକୁ ଧକ୍କା ଦେଇଥିଲା।

ଦୁର୍ଘଟଣାରେ ଏକ୍ସିଲ୍ ଚାଳକ ସାମାନ୍ଯ ଆହତ ହୋଇଥିବା ବେଳେ ନାରାୟଣଙ୍କ ଦୁଇ ଆଣ୍ଠୁରେ ଆଘାତ ଲାଗିଥିଲା ଏବଂ ବାଇକ୍ ଚାଳକ ପ୍ରବୀଣଙ୍କ ଡାହାଣ ଗୋଡଟି ଭାଙ୍ଗିଯିବା ସହ ମୁଣ୍ଡରେ ଆଘାତ ଲାଗିଥିଲା । ଆହାତ ଦୁଇ ଭାଇଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ପ୍ରବୀଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!