ବୀରମହାରାଜପୁର କଲେଜରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ଦ୍ବି-ଦିବାସୀୟ ୪୩ ଧବାର ଉଦଘାଟିତ ହୋଇଯାଇଛି I ଏହି ଅବସରରେ କ୍ରୀଡ଼ାବିତ ମାନଙ୍କ ଦ୍ୱାରା ସ୍ଥାନୀୟ ଦୁର୍ଗା ମନ୍ଦିରରୁ ଅଣାଯାଇଥିବା କ୍ରୀଡା ମଶାଲକୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ସ୍ୱାଗତ କରାଯିବାପରେ କ୍ରୀଡ଼ାଙ୍ଗନରେ ସ୍ଥାପନ କରାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା I ଏହାପରେ ମୁଖ୍ୟଅତିଥି ତଥା ପରିଚାଳନା ପରିଷଦର ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରୀ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଶୁଭାରମ୍ଭ କରିଥିଲେ l

ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କଲେଜ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଶ୍ରୀଯୁକ୍ତ ଖଣ୍ଡଗିରୀଙ୍କ ବ୍ୟତୀତ ବିଜୟ କୁମାର ପଧାନ, ନରେନ୍ଦ୍ର ଚାନ୍ଦ, ସୁପ୍ରଭା ନନ୍ଦ, ନିତାରାଣୀ ପଧାନ, ବିଦ୍ୟୁତ ପ୍ରଭା ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I

ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା ଓ ପରିଚାଳନା କରିଥିଲେ I ସମୁଦାୟ ୨୭ ଟି ବିଭାଗର କ୍ରୀଡା ପ୍ରତିଯୋଗିତା ସମାପ୍ତ ହୋଇଛି I କ୍ରୀଡା ଶିକ୍ଷକ ନରେନ୍ଦ୍ର ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସରିତା ଦାଶ, ଅଭିନନ୍ଦନ ପୁଜାହାରୀ, କୃତିବାସ ଶତପଥୀ, ଡ଼. ଶିଶିର ବଣିଆ, ହରପ୍ରିୟା ମହାପାତ୍ର, ନରେନ୍ଦ୍ର ଝା, ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!