ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ଼) : କରଞ୍ଜିଆ ଗୋଷ୍ଠି ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ତ୍ରିଦିବସୀୟ ଅଣ ଆବାସିକ ବର୍ଣ୍ଣାଳି ତାଲିମ ଶିବିର କରଞ୍ଜିଆ ବି.ଆର.ସି.ସି ହଲ ଠାରେ ଗୁରୁବାର ଅପରାହ୍ନ ରେ ଉଦଯାପିତ ହୋଇଯାଇଛି କରଞ୍ଜିଆ ସହକାରୀ ଗୋଷ୍ଠି ଶିକ୍ଷାଅଧିକାରୀ ଆରତୀ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଶିବିର ରେ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ପଟ୍ଟନାୟକ, ମୋନାଲିଶା ମିଶ୍ର, ବିଶ୍ୱଜିତ ଘୋଷ, ସାଇ ସମର୍ଜିତ ମହାପାତ୍ର ପ୍ରମୁଖ ଶିବିରାର୍ଥୀଙ୍କୁ ସାମାଜିକ ଲିଙ୍ଗ ଭିତ୍ତିକ ସମତା ଓ ପାଠ୍ୟକ୍ରମ ରେ ସଂଯୋଗୀକରଣ ବିଷୟ ରେ ତାଲିମ ପ୍ରଦାନ କରିଥିଲେ।
ଏହି ତାଲିମ ଶିବିର ର ପ୍ରଥମ ଦିନରେ ବ୍ରେକଥ୍ର ପକ୍ଷ ରୁ ପଦ୍ମଲୋଚନ ଦାସ ଉଦଘାଟନ କରିବା ସହିତ ଶିବି୍ରାର୍ଥୀ ଙ୍କୁ ବର୍ଣ୍ଣାଳି କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ ଏହି ତାଲିମ ଶିବିର ରେ କରଞ୍ଜିଆ ବ୍ଲକ ଅଧିନସ୍ଥ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରୁ ୪୯ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ ଶିବିର ଶେଷରେ ଶିବି୍ରାର୍ଥୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ