ଭୁବନେଶ୍ବରରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ,ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦସଂସଦରେ ପ୍ରତାପ ଷଡ଼ଙ୍ଗୀଙ୍କୁ ପେଲାଠେଲା ପାଇଁ ପ୍ରତିବାଦ କରିଥିବା ଦେଖିବା କୁ ମିଳି ଥିଲା ସୂଚନା ଯୋଗ୍ୟ ଯେ l ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଧକ୍କା ମାରିବା ଅଭିଯୋଗ ଘଟଣା ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଯୁବ ମୋର୍ଚ୍ଚା ଆଜି ସନ୍ଧ୍ୟାରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଜୋରଦାର ପ୍ରତିବାଦ କରିଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଉଭୟ ରାହୁଲ ଗାନ୍ଧି ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏଥି ସହିତ କର୍ମୀମାନେ ରାହୁଲ ଗାନ୍ଧିଙ୍କ କୁଶପୁ୍ତ୍ତଳିକା ଦାହ କରିଛନ୍ତି। ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ରାହୁଲ ଗାନ୍ଧି କ୍ଷମା ମାଗିବାକୁ ଦାବି କରିଛନ୍ତି।ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି, ଓଡ଼ିଶା କଂଗ୍ରେସର ମୁଣ୍ଡ ନାହିଁ।

ଓଡ଼ିଶା କଂଗ୍ରେସ ମୁଣ୍ଡ ନିର୍ଦ୍ଧାରଣ କରନ୍ତୁ। କଂଗ୍ରେସ ଆଜି ଯେଉଁଭଳି ଭାବେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଭାଙ୍ଗୁଛି, ବିଜେପି ଏହାକୁ ତୀବ୍ର ନିନ୍ଦା କରୁଛି। ଅନ୍ୟ କର୍ମୀମାନେ କହିଛନ୍ତି, ନିଜ ଚୌକିରେ ବସିବା ପାଇଁ ରାସ୍ତା ଥିଲା। ରାହୁଲ ଚାହିଁଥିଲେ ପ୍ରତାପ ଷଡ଼ଙ୍ଗୀଙ୍କୁ ଧକ୍କା ନମାରି ମଧ୍ୟ ନିଜ ସ୍ଥାନକୁ ଯାଇପାରିଥାନ୍ତେ। ଜଣେ ବୟସ୍କ ସାଂସଦଙ୍କୁ ଧକ୍କାମାରିବା ହୀନ ମାନସିକତାକୁ ଦର୍ଶାଉଛି।ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଦାୟିତ୍ବହୀନ ତଥା ଆପତ୍ତିଜନକ ଆଚରଣକୁ ମୁଁ ଦୃଢ଼ ନିନ୍ଦା କରୁଛି।

ରାହୁଲଙ୍କର ଏଭଳି ଆଚରଣ ଯୋଗୁ ଆମ ଦଳର ବରିଷ୍ଠ ଦଳର ନେତା ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ରାହୁଲ ଗାନ୍ଧିଙ୍କ ଏଭଳି କାର୍ଯ୍ୟ କେବେ ଗ୍ରହଣୀୟ ନୁହେଁ। ଏହା ଗଣତନ୍ତ୍ରର ପବିତ୍ର ଗୃହ ପ୍ରତି ଅପମାନ। ମୁଁ ପ୍ରତାପ ଷଡ଼ଙ୍ଗୀଙ୍କର ଶୀଘ୍ର ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରୁଛି। ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣା ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ”ଏପରି ଘଟଣାକୁ ସାରା ଦେଶ ନିନ୍ଦା କରୁଛି । ସଂସଦୀୟ ଗଣତନ୍ତ୍ରରେ ଆଜି ଦୁଃଖ ଦାୟକ ଓ ଦୁର୍ଭାଗ୍ୟ ଜନକ ଦିନ । ଗଣତନ୍ତ୍ରକୁ ସମ୍ମାନ ଦେବା ଉଚିତ ।ଗଣତନ୍ତ୍ରରେ ଗୁଣ୍ଡା ଗର୍ଦ୍ଦିର ସ୍ଥାନ ନାହିଁ । ଦାୟିତ୍ଵ ସମ୍ପନ୍ନ ଦଳର ବିରୋଧୀ ଦଳ ନେତା ଦାବି କରୁଥିବା ରାହୁଲ ଗାନ୍ଧୀ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି, ଏହାକୁ 140 କୋଟି ଭାରତୀୟ ନିନ୍ଦା କରୁଛନ୍ତି । ‘

Leave a Reply

Your email address will not be published. Required fields are marked *

error: Content is protected !!