ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ l

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କ କେନ୍ଦୁଝର ସରକାରୀ ଗସ୍ତ ସମୟରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଓଡିଶା ରାଜସ୍ୱ ଅମଲା ସଂଘର ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l ସାକ୍ଷାତ ସମୟରେ ସଙ୍ଘ ର ବିଭିନ୍ନ ସମସ୍ୟା ଓ ଦାବି ବିଷୟରେ ଆଲୋଚନା ଓ ଅବଗତ କରାଇଥିଲେ l

ବିଶେଷ କରି ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ଙ୍କ ପଦବୀ ପୁନର୍ଗଠନ ଏବଂ ଦରମା ବୃଦ୍ଧି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ l ଏହି ସାକ୍ଷାତ ସମୟରେ କେନ୍ଦୁଝର ଜିଲ୍ଲା ରାଜସ୍ୱ ଅମଲା ସଂଘର ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, ସମ୍ପାଦକ ପ୍ରଭେଦନ୍ଦୁ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ରଣା, ଉପ ସଭାପତି ଶଚିନ ପଣ୍ଡା, ରାଜ୍ୟ ପରିଷଦ ଉପଦେଷ୍ଟା କୈଳାଶ ଚନ୍ଦ୍ର ମଲ୍ଲିକ, ଭୁବନେଶ୍ବର ମହାପାତ୍ର, ପୀତବାସ ମହନ୍ତ, ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!