ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କୃଷକ ଦିବସ ପାଳନ

କେନ୍ଦୁଝର /ବଡ଼ବିଲ (ସୀତାରାମ ଦୀକ୍ଷିତ) : ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବଡ଼ ଉତ୍ସାହର ସହ ଜାତୀୟ କୃଷକ ଦିବସ ପାଳିତ ହୋଇଯାଇଛି। କୃଷକମାନଙ୍କ କଠିନ ପରିଶ୍ରମ ଓ ସଫଳତାକୁ ସ୍ୱୀକୃତି ପ୍ରଦାନ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସଫଳ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବଡ଼ବିଲ ୟୁନିଟର ଜନଜୀବିକା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଡ଼ା ବ୍ଲକ କୃଷି ଅଧିକାରୀ ସଞ୍ଜୁକ୍ତା ମୁଣ୍ଡା, ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ଏଚଆର ଏଣ୍ଡ ଇଏସ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ବଡ଼ବିଲ ଭିଲେଜ ଏଗ୍ରିକଲ୍ଚୁଚାର ଓ୍ୱାର୍କର ଶ୍ରୀ ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇ କୃଷକମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଅବସରରେ ଏକ କୃଷି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଓଝର, କାଣ୍ଡ୍ରା ଓ ଅସେଇକଳା ଅଞ୍ଚଳର ୮୦ ଜଣ କୃଷକ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ଶୀତକାଳୀନ ପରିବା, ଛତୁ ଓ ଅନ୍ୟାନ୍ୟ ପରିବା ପ୍ରଦର୍ଶିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨୧ ଜଣ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଶୀତକାଳୀନ ପରିବା ଚାଷ, ଶ୍ରୀ ଧାନ ଚାଷ, ଅଳସୀ ଚାଷ, ଛତୁ ଚାଷ, କନ୍ଦମୂଳ ଚାଷ, ଲାଖ ଚାଷ ବର୍ଗରେ କୃଷକମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କାସିଆ ଖଣି ଅଞ୍ଚଳର କୃଷକମାନଙ୍କୁ ନେଇ ଜାତୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଭଦ୍ରାସାହି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରାସାହି ଓ ସେରେଣ୍ଡା ପଞ୍ଚାୟତର ୧୦ଟି ଗ୍ରାମର କୃଷକ ଯୋଗଦେଇଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ କାସିଆ ମାଇନ୍ସ ୟୁନିଟ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର, ଏଚଆର ଏଣ୍ଡ ଇଏସ ମୁଖ୍ୟ ଶ୍ରୀ ଆଶିଷ ରଞ୍ଜନ ମହାନ୍ତି, ଭଦ୍ରାସାହି ସରପଞ୍ଚ ଶ୍ରୀମତୀ ପ୍ରମିଳା ନାଏକ ଓ ସେରେଣ୍ଡା ସରପଞ୍ଚ ଶ୍ରୀମତୀ ସସ୍ମିତା ସିଦୁ ଯୋଗଦେଇ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଏକ କୃଷି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୭୦ରୁ ଅଧିକ କୃଷକ ଯୋଗଦେଇଥିବା ବେଳେ ପନିପରିବା ଚାଷ, ଛତୁ ଚାଷ ଓ ଲାଖ ଚାଷରେ ଉତ୍କର୍ଷ ପାଇଁ ୩୦ଜଣଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!