ଧର୍ମଶାଳା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଗଣିତ ଦିବସ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଭାରତର ପ୍ରସିଦ୍ଧ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଙ୍କ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ଜାତୀୟ ଗଣିତ ଦିବସ ଜିଲ୍ଲା ଶିକ୍ଷା କର୍ଯ୍ୟାଳୟ ତରଫରୁ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, ଧର୍ମଶାଳା ଠାରେ ପାଳିତ ହୋଇ ଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଜିଲ୍ଲା ବିଜ୍ଞାନ ତତ୍ତ୍ବାବଧାରକ ପର୍ଶୁରାମ ମେହେର ଙ୍କ ଅଧ୍ୟକ୍ଷତା ଓ ବିଜ୍ଞାନ ଶିକ୍ଷୟିତ୍ରୀ ସୁମତୀ ଆଚାର୍ଯ୍ୟ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଗଣିତ ଦିବସର ମହତ୍ତ୍ୱ ବିଷୟରେ କହିବା ସହ ବିଦ୍ୟାଳୟରେ କିପରି ଗଣିତ ଶିକ୍ଷା କୁ ଆହୁରି ସମୃଦ୍ଧ କରିବା ପାଇଁ ଆହ୍ୱାନ ଦେଇଥିଲେ l

ମୁଖ୍ୟ ବକ୍ତା ରୁପେ ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଆମ୍ବଗାଁ, ବୌଦ୍ଧ ର ପ୍ରଧାନ ଶିକ୍ଷକ ସୁକଦେବ ପଣ୍ଡା ଯୋଗ ଦେଇ ରାମାନୁଜନ ଙ୍କ ଗାଣିତିକ ଯାତ୍ରା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୂର୍ଷୁଣ୍ଢି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳିଆ କର୍ମୀ, ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ଦାଶ, ବିଜ୍ଞାନ ଶିକ୍ଷକ ଶ୍ୟାମସୁନ୍ଦର ପାତ୍ର, ବଡ ବଜାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅମ୍ବୁଜ ବିହାରୀ ଶତପଥୀ ପମୂଖ ଛାତ୍ର ଛାତ୍ରୀ ମାନଙ୍କୁ ଗଣିତ କୁ କିପରି ଆୟତ୍ତ କରି ହେବ ସେ କୌଶଳ ମାନ ଆଲୋଚନା କରିଥିଲେ ।

ପ୍ରଥମେ  ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବକ୍ତୃତା, କୁଇଜ୍ ଓ ପୋଷ୍ଟର ତିଆରି ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀ ମାନଙ୍କୁ  ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଶେଷରେ ବରିଷ୍ଟ ଶିକ୍ଷୟତ୍ରୀ ସତ୍ୟଭାମା ହୋତା ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତାମାନେ କଳ୍ପନା ମିଶ୍ର, ଲିଙ୍ଗରାଜ ମେହେର, ଡିଲେଶ୍ଵରୀ ଷାଣ୍ଢ, ପମୋଦ କୁମାର ରାଉତ, ଶତୃଘ୍ନ କର୍ମୀ, ଭାରତୀ ମିଶ୍ର, ପ୍ରଭାତୀ ପୁରୋହିତ, ଚାରୁ  ସଂଘମିତ୍ରା ତ୍ରିପାଠୀ, ତାରାଚାନ୍ଦ ମେହେର, ଅମିତାଭ ମହାକୁର  କାର୍ଯ୍ୟକୁମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!