କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଗୁରୁଦ୍ୱାରା ରେ ପାଳିତ ହୋଇଯାଇଛି ବୀର୍ ବାଲ୍ ଦିବସ । ଏହି କାର୍ଯ୍ୟକ୍ରମ ରେ ସାଂସଦ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଖ୍ ୧୦ମ ଗୁରୁ ଗୋବିନ୍ଦ ସିଂଙ୍କର ଛୋଟଛୁଆ ମାନେ ଦେଶ ତଥା ହିନ୍ଦୁଧର୍ମକୁ ରକ୍ଷା କରିବା ପାଇଁ ଦେଇଥିବା ବଳିଦାନ ଓ ତ୍ୟାଗ ସମ୍ପର୍କରେ ଅବଗତ କରାଇଥିଲେ । ଏହି ଦିନକୁ ମନେ ରଖିବା ପାଇଁ ଡିସେମ୍ବର ମାସ ୨୬ ତାରିଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ବୀର୍ ବାଲ୍ ଦିବସ” ରୂପେ ଘୋଷଣା କରିଥିଲେ ।
ଏହି ଉପଲକ୍ଷେ ଗୁରୁବାର ଦିନ କେନ୍ଦୁଝର ସହର ନିକଟ ଘୁଟୁର୍ ସ୍ଥିତ ଗୁରୁଦ୍ବାର ରେ ଜିଲ୍ଲା ବିଜେପି ତଥା ଶିଖ୍ ଧର୍ମାବଲମ୍ବୀଙ୍କ ଦ୍ଵାରା ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସଂସଦ ଅନନ୍ତ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ର ବିଧାୟକ ଡ଼ଃ ଫକୀର ମୋହନ ନାଏକ ଏବଂ କେନ୍ଦୁଝରଗଡ଼ ପୌରାଧକ୍ଷା ନିକୁ ସାହୁ ଯୋଗ ଦେଇଥିଲେ । ଏହି ବୀର୍ ବାଲ୍ ଦିବସ କାର୍ଯ୍ୟକ୍ରମରେ ଶିଖ୍ ୧୦ମ ଗୁରୁ, ଗୁରୁ ଗୋବିନ୍ଦ ସିଂଙ୍କର ଛୋଟଛୁଆ ମାନେ ଦେଶ ତଥା ହିନ୍ଦୁଧର୍ମକୁ ରକ୍ଷା କରିବା ପାଇଁ ଦେଇଥିବା ବଳିଦାନକୁ ସମସ୍ତେ ମନେ ପକାଇଥିଲେ । ଏହି କାର୍ଯ୍ୟକ୍ରମ ଗୁରୁ ଦ୍ୱାରା କମିଟିର ସଦସ୍ୟ ମାନଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା।