ସପ୍ତମ କୁମେଲସିଂହା ପ୍ରିମିୟର କ୍ରିକେଟ ଲିଗ ଉଦଘାଟିତ

ବରଗଡ (ମୁକୁନ୍ଦ ଦାସ) : ଗୁରୁବାର ଦିନ ସପ୍ତମ କୁମେଲସିଂହା ପ୍ରିମିୟର କ୍ରିକେଟ ଲିଗ କୁମେଲସିଂହା ହାଇସ୍କୁଲ ପଡିଆରେ ଉଦଘାଟିତ ହୋଇ ଯାଇଅଛି!ମୁଖ୍ୟ ଅତିଥି କୁମେଲସିଂହା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କୁମୁଦିନୀ ମହାନନ୍ଦ, ସମ୍ମାନିତ ଅତିଥି ସମିତି ସଭ୍ୟା ଶ୍ରୀ ମତୀ ବନିତା ନାଗ, ପୂର୍ବତନ ସରପଞ୍ଚ ଶ୍ରୀ ମତୀ ଜ୍ୟୋତିର୍ମୟୀ ନାୟକ,ପୂର୍ବତନ ଆଇ. ପି. ଇ ବରଗଡ ଜ଼ିଲ୍ଲା ତଥା କୁମେଲସିଂହା ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ତ୍ରିଲୋକ୍ୟ ନାୟକ ଯୋଗ ଦେଇଥିଲେ!ଶ୍ରୀ ବିନୋଦ ନାଗ ଧନ୍ୟବାଦ ଅର୍ପଣ କରିଥିଲେ!

ଏଥିରେ ସମୁଦାୟ ଚାରି ଟି ଦଳ ଭାଗ ନେଇଛନ୍ତି! ଆମ୍ପାୟାର ଦାୟିତ୍ୱ ପରମେଶ୍ୱର ସାହୁ ଓ ବିମଲ ବାଙ୍କା ତୁଲାଇ ଥିଲେ! ସମସ୍ତ କାର୍ଯ୍ୟକ୍ରମ କୁ ସଞ୍ଜୟ ମହାନନ୍ଦ, ଟିଂକୁ ଉଗର, ସୁଶାନ୍ତ ମେହେର ଓ ଗ୍ରାମ ବାସି ପ୍ରମୁଖ ପରିଚାଳନା ରେ ସହଯୋଗ କରି ଥିଲେ! ଏହା ଆସନ୍ତା ରବିବାର ଦିନ ଉଦଯାପିତ ହେବ!

Leave a Reply

Your email address will not be published. Required fields are marked *

Powered by Joinchat