ଜୋନ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ପାଇଁ ସିକୁନ୍ ବେହେରା ମନୋନୀତ

ବରଗଡ଼ (ମୁକୁନ୍ଦ ଦାସ): ଜିଲ୍ଲା ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବରପାଲିରେ ଅନୁଷ୍ଠିତ ୫୧ ତମ ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଦେବଗଡ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ରିଆମାଳର ନବମ ଶ୍ରେଣୀର ଛାତ୍ର ସିକୁନ ବେହେରା ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଭୋଇଙ୍କ ମାର୍ଗଦର୍ଶନରେ ବର୍ଜ୍ୟ ବସ୍ତୁ ପରିଚାଳନା ଉପବିଷୟବସ୍ତୁରେ ପ୍ରସ୍ତୁତ କରିଥିବା ପ୍ରକଳ୍ପ “ଜୈବ ଅବନିତକ୍ଷମ ଆବର୍ଜନାରୁ ବିଦ୍ୟୁତ ଶକ୍ତି” ବିଚାରକ ମାନଙ୍କ ଦ୍ଵାରା ଆଦୃତ ହୋଇ ବେଶ୍ ପ୍ରଶଂସନୀୟ ହୋଇଛି।

ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ କୃତିତ୍ୱ ଅର୍ଜନ କରିଥିବା ଏହି କୁନି ବୈଜ୍ଞାନିକ ଆସନ୍ତା ଜାନୁୟାରୀ ମାସ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ କୋଲକାତା ସ୍ଥିତ ବି ଆଇ ଟି ଏମରେ ହେବାକୁ ଥିବା ଜୋନ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ଧ୍ୟାରାଣୀ ପାତ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ବ୍ଲକ ଶିକ୍ଷା ଅଧିକାରୀ ରଞ୍ଜିତ ଭୋଇ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଇପସିତା ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!