ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳୀ ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ୍ ପଣ୍ଡା ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ବଲାଙ୍ଗିର ଜିଲ୍ଲାର ରାଧାରାଣୀ ପଡ଼ା ଜଗନ୍ନାଥ ନଗର ସ୍ଥିତ ଶ୍ରୀ ଜଗଦିଶ ଯୋଗ କେନ୍ଦ୍ର ଦ୍ବାରା ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳୀ ଭାରତ ସ୍ବାଭିମାନ ପ୍ରଭାରୀ ତଥା ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ଙ୍କୁ ଶ୍ରୀ ଜଗଦୀଶ ଯୋଗ କେନ୍ଦ୍ରର ପ୍ରତିଷ୍ଠାତା ଶଙ୍କର ଅଗ୍ରୱାଲ ଓ ବଲାଙ୍ଗିର ଜିଲ୍ଲାର ଭାରତ ସ୍ବାଭିମାନ ପ୍ରଭାରୀ ରଘୁ ଷଡ଼ଙ୍ଗୀ ପ୍ରମୁଖ ଙ୍କ ଦ୍ଵାରା ଆଜି ନିତ୍ୟ ଯୋଗ କକ୍ଷ ରେ ମନୋଜ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଯୋଗ ପ୍ରାଣାୟମ ପ୍ରତି କର୍ତ୍ତବ୍ୟ ନିଷ୍ଟା ଓ ପ୍ରଚାର ପ୍ରସାର ଦିଗରେ ଯୁଗାନ୍ତ କାରୀ ପଦକ୍ଷେପ ପାଇଁ ଶ୍ରୀ ପଣ୍ଡା ଙ୍କୁ ଏ ସମ୍ମାନ ଦିଆ ଯାଇଥିବା ସୂଚନା ମିଳିଛି l ଏବଂ ଆଗାମୀ ଦିନରେ ନୂତନ ବର୍ଷରେ ଉଭୟ ଜିଲ୍ଲା ର ଏକ ବନ୍ଧୁ ମିଳନ ସୁବର୍ଣ୍ଣପୁର ଠାରେ ଅୟୋଜନ କରିବା ତଥା ଯୋଗ ଶିବିର ବିଷୟ ରେ ବଲାଙ୍ଗିର କର୍ମକର୍ତ୍ତା ଶ୍ରୀ ପଣ୍ଡା ଙ୍କ ସହ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *

Powered by Joinchat