ମାନସୀ ରେସିଡେନ୍ସିଆଲ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟସ୍ଥ ଗୁମୁରା ମାନସୀ ରେସିଡେନ୍ସିଆଲ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରେସିଡେନ୍ସିଆଲ ସ୍କୁଲର ଚେୟାରମ୍ୟାନ ଶ୍ରୀଯୁକ୍ତ ରବିନାରାୟଣ ମହାନ୍ତ ମହୋଦୟ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପି.ଏମ. ଶ୍ରୀକେନ୍ଦ୍ରୀୟ ବିଦ୍ୟାଳୟ , କେନ୍ଦୁଝରର ଅବସରପ୍ରାପ୍ତ ଭାଇସ୍ ପ୍ରିନ୍ସିପାଲ ଇଂ. ମେଘନାଦ ସାହୁ , ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ ଧରଣୀଧର ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ. ଅନିଲ କୁମାର ଦାସ , ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବିଇଓ ମାନସ ରଞ୍ଜନ ମିଶ୍ର, ସ୍କୁଲର ଅଧ୍ୟକ୍ଷ ଫକୀର ମୋହନ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟବକ୍ତା ତାଙ୍କର ଅଭିଭାଷଣରେ ଭାରତୀୟ ସଂସ୍କୃତି ଦର୍ଶନ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ବଂଚିଛି ବୋଲି ଦିଗଦର୍ଶନ ଦେଇ ସାମାଜିକ ମୂଲ୍ୟବୋଧକୁ ବଜାଇରଖି ଶିକ୍ଷାନୁଷ୍ଠାନମାନେ ଭଲ ମଣିଷ ତିଆରି କରିବାକୁ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ ସଭାପତି ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ଚରିତ୍ର ଗଠନ ପାଇଁ ପ୍ରଥମରୁ ଯତ୍ନବାନ ହେବାକୁ ଦିଗଦର୍ଶନ ଦେଇଥିଲେ ପ୍ରଥମେ ଅତିଥିମାନେ ମା’ ତାରିଣୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ,ଧୂପ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ଶିକ୍ଷକ ତପନ କୁମାର ପଣ୍ଡା ସଭାକାର୍ଯ୍ୟକ୍ରମକୁ ସଂଯୋଜନା କରି ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ଏହି ଅବସରରେ ଅତିଥିମାନେ ବିଦ୍ୟାଳୟର କୃତିଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ଅଭିଭାବକମାନଙ୍କୁ ଆଦର୍ଶ ଅଭିଭାବକ ସମ୍ମାନ ଓ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରି ସମ୍ମାନିତ କଲେ I

ସ୍କୁଲର ପ୍ରିନ୍ସିପାଲ୍ ଫକୀର ମୋହନ ଦାସଙ୍କ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭାସାଙ୍ଗ କରାଗଲା ।ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୃତ୍ୟ ସଂଗୀତ ପରିବେଷଣ ସହ ପ୍ରଭଞ୍ଜନ ସାହୁଙ୍କ ଦ୍ୱାରା ରଚିତ ଏକ ସାମାଜିକ ସଚେତନତା ନାଟକ ‘ମୋବାଇଲ (ଭବିଷ୍ୟତ ବିଧ୍ବଂସକ ଯନ୍ତ୍ର )’ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ଏହି ଉତ୍ସବରେ ଶହଶହ ଅଭିଭାବକ , ସ୍ଥାନୀୟ ବାସିନ୍ଦା ତଥା ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ,କାର୍ଯ୍ୟକ୍ରମକୁ ସ୍କୁଲର ନିର୍ଦ୍ଦେଶିକା ଶ୍ରୀମତୀ ଉଷାରାଣୀ ମହାନ୍ତ,ଜ୍ୟୋତିରଞ୍ଜନ ସାହୁ , ମାନସରଞ୍ଜନ ମହାନ୍ତ, ପ୍ରଭଞ୍ଜନ ସାହୁ ,ମାନସୀରାଣୀ ମହାନ୍ତ ,ଝୁଲିରାଣୀ ଦାସ,ମମତାରାଣୀ ମହାନ୍ତ, ସ୍ଵାତିସୁଚରିତା ମହାନ୍ତ, ଡୋନାଲି ଶର୍ମା ,ମଧୁସ୍ମିତା ମହାନ୍ତ, ମଳୟ କୁମାର ମହାନ୍ତ ,ପୃଥ୍ୱୀରାଜ ମହାନ୍ତ ,ତପନ କୁମାର ନାଏକ ,ରଘୁନାଥ ମୁଣ୍ଡା ପ୍ରମୁଖଙ୍କ ଦ୍ୱାରା ପରିଚାଳିତ ହୋଇଥିଲା

Leave a Reply

Your email address will not be published. Required fields are marked *

error: Content is protected !!