ବାଘଛାଲ ଜବତ, ଦୁଇ ଗିରଫ

କେନ୍ଦୁଝର/ପାଟଣା (ଦଶରଥ ବାରିକ) : କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରୁ ପାଟଣା ପୁଲିସ ଓ ବନ ବିଭାଗର ମିଳିତ ଚଢାଉ ସମୟରେ ଓସ୍ତଯୋଡି ଗ୍ରାମରୁ ଗୋଟିଏ କଲରାପତରିଆ ବାଘଛାଲ ଜବତ କରାଯାଇଛି। ବାଘ ଛାଲ ବିକ୍ରି କରିବାକୁ ଉଦ୍ୟମ କରୁଥିବା ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ବସନ୍ତପୁର ଗ୍ରାମର ଦିବାକର ବାନ୍ଦିଆଙ୍କ ପୁଅ ରାମ ବାନ୍ଦିଆ(୩୩) ଓ ବାଘ ଛାଲ କିଣିବାକୁ ଡିଲ୍ ଚଳାଇଥିବା ଠାକୁରମୁଣ୍ଡା ଥାନା ଖଡିପାଳ ଗ୍ରାମର ରାଜେନ୍ଦ୍ର କୁଲାପଡ଼ିଆଙ୍କ ପୁଅ ସାଗର କୁଲାପଡ଼ିଆ (୩୭)ଙ୍କୁ ଡିଲ୍ ସ୍ଥାନରୁ ପାଟଣା ପୁଲିସ ଓ ପାଟଣା ବନ ବିଭାଗ ମାଡି ବସିଛନ୍ତି। ଉଭୟଙ୍କଠାରୁ ଏକ କଲରାପତରିଆ ବାଘଛାଲ ସହ ବ୍ୟବହାର କରୁଥିବା ଏକ ବାଇକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା

ପାଟଣା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଖବରରୁ ପ୍ରକାଶ ଯେ, ସୋମବାର ପୂର୍ବାହ୍ନରେ କେନ୍ଦୁଝର ଏସପି ଓ ଡିଏଫ୍ଓଙ୍କଠାରୁ ସୂଚନା ପାଇ ପାଟଣା ଥାନା ସବ୍ ଇନ୍ସପେକ୍ଟର ଉଦୟବିର କୁଲୁ ଓ ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରି ସର୍ଦ୍ଦାରଙ୍କ ନେତୃତ୍ୱରେ ପୁଲିସ ଓ ବନ ବିଭାଗ କର୍ମଚାରୀ ମାଛଗଡ଼ ବିଟ୍ ଅଧୀନ ଓସ୍ତଯୋଡି ଗ୍ରାମରେ ଚଢ଼ାଉ କରିଥିବଲେ। ଏହି ସମୟରେ କଲରାପତରିଆ ବାଘ ଛାଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲେ। ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରିଯିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପାଟଣା ଥାନାରେ ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରଭାତ ତ୍ରିପାଠୀ, ଜିଲା ସହକାରୀ ବନ ସଂରକ୍ଷକ ଜିତେନ୍ଦ୍ର ବେହେରା ଓ ଅଶୋକ କୁମାର ଦାସ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ବନାଞ୍ଚଳ ଅଧିକାରୀ ବନ ବିହାରି ସର୍ଦ୍ଦାର ଓ ଅନ୍ୟମାନେ ଉପସ୍ଥିତ ରହିଥିଲେକେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଶ୍ରୀ କ୍ଷେତ୍ର ନ୍ୟୁଜ

Leave a Reply

Your email address will not be published. Required fields are marked *

error: Content is protected !!