ମୟୁରଭଞ୍ଜ/କରଞ୍ଜିଆ(ଜିତେନ୍ଦ୍ର ରାଜ):ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଘଟିକା ସମୟରେ ୪୯ ନଂ ଜାତୀୟ ରାଜପଥର ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଟ୍ରକ ଚାପାରେ ଜଣେ ୭ ବର୍ଷ ବୟସର ନାବାଳକଙ୍କ ମୃତ୍ୟୁ ଘଟିଛି l ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ବିଶୋଇ ବ୍ଲକ ଖଡମବେଡ଼ା ପଂଚାୟତ ଅନ୍ତର୍ଗତ ଚୁଆକାଙ୍କର ଗ୍ରାମର ଶିକ୍ଷକ ଜୟପାଲ ପୂର୍ତ୍ତି ତାଙ୍କ ପତ୍ନୀ ଏବଂ ଶିଶୁପୁତ୍ରଙ୍କ ସହିତ ରରୁଆଁ ବ୍ଲକ ଅନ୍ତର୍ଗତ କୋଦଳିଧୁଆସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା l
ଜୟପାଲ ଗୋଟିଏ ମୋଟର ସାଇକେଲ ଏବଂ ତାଙ୍କ ସ୍ତ୍ରୀ ପୁଅ ଅଭିନନ୍ଦନ(୭) ସହିତ ଗୋଟିଏ ସ୍କୁଟି ଯୋଗେ ବିଶୋଇ ପଟୁ ଯଶିପୁର ଆଡ଼କୁ ଯାଉଥିଲେ l ଏହି ସମୟରେ ଗୋଟିଏ ଟ୍ରକ ( OD 09 E 4182) ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା l ଯାହାଫଳରେ ସ୍କୁଟି ପଛ ପଟେ ବସିଥିବା ଜୟପାଲ ଛିଟିକି ପଡ଼ି ତଳେ ପଡ଼ି ଯିବା ପରେ ତାଙ୍କରି ମୁଣ୍ଡକୁ ଟ୍ରକ ଚାପି ଦେବାରୁ ଘଟଣା ସ୍ଥଳରେ ତାଙ୍କରି ମୃତ୍ୟୁ ଘଟିଥିଲା l ସଙ୍ଗେ ସଙ୍ଗେ ଉତ୍ତ୍ୟକ୍ତ ଜନସାଧାରଣ ଏକାଠି ହେବା ସହିତ ରାସ୍ତାର ତୁରନ୍ତ ମରାମତି ସାଙ୍ଗକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପାଇଁ ଅଡ଼ି ବସିବାରୁ 5 ଘଣ୍ଟା ଧରି ଯାନବାହାନ ଚଳାଚଳ ବନ୍ଦ ହୋଇଥିଲା l ଉପଜିଲ୍ଲାପାଳ, ଉପଖଣ୍ଡ ପୋଲିସ ଅଧିକାରୀ, ଯଶିପୁର ତହସିଲଦାର, ବିଡ଼ିଓ, ଥାନା ଅଧିକାରିଣୀ ପ୍ରମୁଖ ମୃତକ ଅଭିନନ୍ଦନର ପରିବାର ବର୍ଗଙ୍କୁ ରାସ୍ତାରୋକରୁ ହଟିବା ପାଇଁ ଦୀର୍ଘ ସମୟ ଧରି ଆଲୋଚନା କରି ବିଫଳ ହୋଥିଲେ l
ଦୁର୍ଘଟଣାକୁ ନେଇ ୫ ଘଣ୍ଟା ଧରି ରାସ୍ତାରୋକ ଚାଲିଥିବା ସୂଚନା ପାଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ମିଡ଼ିଆ ପ୍ରଭାରୀ ମନୋରଞ୍ଜନ ତିରିଆ ଘଟଣାସ୍ଥଳକୁ ଆସି ମନ୍ତ୍ରୀଙ୍କ ଅନ୍ୟତମ ପ୍ରତିନିଧି ବନୋଜ କାଲୁଣ୍ଡିଆଙ୍କ ସହିତ ମୃତକଙ୍କ ଆତ୍ମୀୟଙ୍କ ସହିତ ଆଲୋଚନା କରିଥିଲେ l ଆଲୋଚନା ପରେ ମୃତକଙ୍କ ପରିବାର ଲୋକେ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିବା ପାଇଁ ରାଜି ହେବାରୁ ରାସ୍ତାରୋକ ପ୍ରତ୍ୟାହୃତ ଥିଲା l ଉକ୍ତ ଘଟଣାରେ ମୃତକ ପଟିବାରକୁ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋୟ ୨ ଲକ୍ଷ ଟଙ୍କା ଏବଂ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ସମ୍ପର୍କରେ ମନ୍ତ୍ରୀଙ୍କ ମିଡ଼ିଆ ପ୍ରଭାରୀ ମନୋରଞ୍ଜନ ମୃତକଙ୍କ ପରିବାରକୁ ଅବଗତ କରାଇ ଥିଲେ l ଯଶିପୁର ତହସିଲଦାର ଶର୍ମିଷ୍ଠା ସାହୁ ରେଡ଼କ୍ରସ ପାଣ୍ଟିରୁ ନଗଦ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ପୋଲିସ ଶବ କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠେଇଥିବା ବେଳେ ଶବ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।