ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ବୈଠକ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ଶ୍ରୀ ବଳଦେବ ମନ୍ଦିର ପରିସରରେ ସଭାପତି ପ୍ରାଚାର୍ଯ୍ୟ ମନୋଜ କୁମାର ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ, ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ଜାନୁଆରୀ ୩ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବ୍ଲକ ସଭାପତି କାଳୀ ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ଉପସଭାପତି ଦୁର୍ଗା ମାଧବ ପାଣି ସଂଯୋଜନା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ହିମାଂଶୁ ଶେଖର ରଥ, ଗବେଷକ ବିଭୁତି ଭୂଷଣ ମିଶ୍ର, ହିମାଂଶୁ ଶେଖର ଦାଶ, ଡ଼. ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ଏହି ସମିତିର ସାଂଗଠନିକ କାର୍ଯ୍ୟ କିଭଳି ସୁଦୃଢ ହୋଇପାରିବ ସେ ସମ୍ପର୍କରେ ମତ ପ୍ରଦାନ କରିଥିଲେ ।

ସମ୍ମାନୀତ ଅତିଥିଭାବେ, ସଂସ୍କୃତି ଗବେଷକ ଡ଼ ସ୍ଥିତଧୀ ରଥ ରାଧାମୋହନ ଦାଶ, ମନୋଜ କୁମାର ଦାଶ, ପ୍ରଦୀପ କୁମାର ଦାଶ, ରାମ ନାରାୟଣ ଦାଶ, ସନ୍ତୋଷ କୁମାର ଦାଶ, ରେବତୀ ରମଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ପ୍ରଶାନ୍ତ କୁମାର ମିଶ୍ର, ଶିବ ପ୍ରସାଦ ଦାଶ, କେଶବ ଚନ୍ଦ୍ର ତ୍ରିପାଠୀ ଯୋଗ ଦାନ କରିଥିଲେ । କମିଟିର ପ୍ରମୁଖ ସଦସ୍ୟ ଭାବେ ଚିତ୍ତରଞ୍ଜନ ଦାଶ, ଦୀଲ୍ଲୀପ କୁମାର ଦାଶ, ଉପଦେଷ୍ଟା ରାଜକିଶୋର ଦାଶଙ୍କ ଉପସ୍ଥିତି ରେ ବ୍ରାହ୍ମଣ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ସଂଗଠନକୁ ସୁଦୃଢ କରିବା ପାଇଁ ଗୋଟିଏ ନିଧି ସଂଗ୍ରହ ପାଣ୍ଠି ଗଠିତ କରାଯାଇ କୋଷାଧ୍ୟକ୍ଷ ଭାବେ ହିମାଂଶୁ ଶେଖର ଦାଶଙ୍କୁ ମନୋନୀତ କରି ସମିତି ତରଫରୁ ନିଯୁକ୍ତି ଦିଆଯାଇଥିଲା । ବ୍ରାହ୍ମଣଙ୍କ ତରଫରୁ ସଭ୍ୟଅର୍ଥ ରାଶି ସଂଗ୍ରହ କରାଯାଇ ବ୍ରାହ୍ମଣ ମାନଙ୍କ ଅଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଥିଲା। ପରିଶେଷରେ ବ୍ରାହ୍ମଣ ପଣ୍ଡିତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଓଡିଶା ବ୍ରାହ୍ମଣ ସମତି ତରଫରୁ ୨୦୨୫ ମସିହାର କ୍ୟାଲେଣ୍ଡର ଉନ୍ମୋଚନ କରାଯାଇ ବୈଠକ ସମାପ୍ତ କରାଯାଇ ଥିଲା। ପରିଶେଷରେ ସମିତି ସଦସ୍ୟ ରାମନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat