ଭୁକ୍ତା ଜନତା ହାଇସ୍କୁଲରେ କ୍ରୀଡ଼ାକୁ ପ୍ରାଧାନ୍ୟ,ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ବରଗଡ଼(ମୁକୁନ୍ଦ ଦାସ) : ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁ୍କ୍ତା ସ୍ଥିତ ଜନତା ହାଇସ୍କୁଲରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସ୍ଥାନୀୟ ଶ୍ରୀରାମ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ସମସ୍ତ ଖେଳାଳୀ ବିଦ୍ୟାଳୟ ଖେଳ ପଡିଆରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକ ବାର୍ଷିକ କ୍ରୀଡ଼ା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏକ ପ୍ରତିଯୋଗୀ ମନୋଭାବ ନେଇ କ୍ରୀଡ଼ା ପ୍ରଦର୍ଶନ କରିବା ପାଇଁ ଶପଥ ପାଠ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ସୁସ୍ଥ ଶରୀର ଗଠନ ନିମନ୍ତେ କ୍ରୀଡ଼ାର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।

କୌତୁକ ବେଶ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସମାଜ ଉଦ୍ଦେଶ୍ୟରେ ସଚେତନତାର ବାର୍ତ୍ତା ଦେଇଥିଲେ।ଉଦଯାପନୀ ସମାରୋହରେ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ କ୍ରୀଡ଼ା ଶିକ୍ଷକ ଜ୍ୟୋତିଶ୍ଚନ୍ଦ୍ର ପଧାନ,ରଞ୍ଜିତ ସାହୁ ଏବଂ ଫଣିନ୍ଦ୍ରନାଥ ସାହୁ,ଶିକ୍ଷକ ସଞ୍ଜୟ ଖମାରୀ, ତେଜରାମ ସା, ଶ୍ରୀପତି ସାହୁ,ଈଶ୍ୱର ପଧାନ, ବୋଧରାମ ବିଶ୍ବାଳ,ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ, ପଦ୍ମଲୋଚନ ବିଶି,ଅମୂଲ୍ୟ ଭୋଇ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ, ରାଜକୁମାରୀ ଭୁଏ,ଅନୀତା ପଧାନ,ପୁଷ୍ପାଞ୍ଜଳି ସାହୁଙ୍କ ସମେତ ଜନତା ଉଚ୍ଚ ବିଦ୍ୟାଳୟର ନେତାଜୀ ସ୍କାଉଟ ଏବଂ ଜୁନିଅର୍ ରେଡ୍ କ୍ରସର ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!