ରାୟଗଡ଼(ଗୋପୀନାଥ ଗୌଡ଼) : ହର୍ଷ ଉଲ୍ଲାସର ସହ ଶେଷ ହେଲା ଚଇତି ଶେଷ ରଜନୀ ୬କୋଟି ଟଙ୍କା ବ୍ୟବସାୟର ରେକର୍ଡ |ଚଇତି୨୦୨୪ର ଶେଷ ରଜନୀ ଧୁମ ଧାମରେ ପାଳନ ହୋଇଯାଇଛି। ଦର୍ଶକ ଲୋକକଳା, ଲୋକ ନୃତ୍ୟ ଗୀତ ସହ ମଣ୍ଟୁ ଛୁରୀଆଙ୍କ ଗୀତରେ ଭରପୁର ଉପଭୋଗ କରିଥିଲେ | ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା ଯୋଗ ଦେଇଥିଲେ।ପ୍ରକୃତିର ସମ୍ଭାର ରାୟଗଡ଼ ଜିଲ୍ଲାକୁ ପର୍ଯ୍ୟଟନ ହବ୍ କରିବାକୁ ମିଳିତ ଉଦ୍ୟମ କରିବାକୁ ହେବ ବୋଲି ନିଜ ଅଭିଭାଷଣ ରଖିଥିଲେ। ଲୁକ୍କାୟିତ ପ୍ରତିଭା ମାନଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ମାଧ୍ୟମ ହୋଇଛି ଚଇତି ମହୋତ୍ସବ।
ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଵିଷମ କଟକ ବିଧାୟକ, ନୀଳମାଧଵ ହିକକା, ଜିଲ୍ଲାପାଳ ପାରୁଲ ପଟାୱରୀ, ଜିଲାପରିଷଦ ଅଧକ୍ଷା ସରସ୍ବତୀ ମାଝି, ଡିଆରଡିଏ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡ, ଜିଲାପରିଷଦ ଉପସଭାପତି ସନ୍ତୋଷ ସୁନା ପ୍ରମୁଖ ଉପସ୍ଥିତ ରହି ଅଞ୍ଚଳର ବିକାଶ ଏବଂ ସରକାର ଙ୍କ ଆଭିମୁଖ୍ୟ ବିଷୟରେ କହିଥିଲେ।ଉପସ୍ଥିତ ଅତିଥିଙ୍କ ଦ୍ୱାରା ସମସ୍ତ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ଓଡିଶା ସିଭିଲ ସେବା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ସୁନୀଲ ଶବର, ସୁନିତା ବେହୁରି, ପ୍ରାଚୀପ୍ରୀୟା ଦଳାଇ, ସୁନୀଲ କିଲାକା, ଲକ୍ଷେଶ୍ୱରୀ ମାଝି, କ୍ରୀଡ଼ାବିତ ସ୍ଵାତି ପ୍ରିୟା ପ୍ରଧାନ, ଅଧ୍ୟାପକ ଡଃ. ଈଶ୍ୱର ଚନ୍ଦ୍ର ନାୟକ, ସହକାରୀ ଅଧ୍ୟାପକ ଡଃ ମହେଶ୍ୱର ଦୁରିଆ, ଡଃ ଗୀତାଞ୍ଜଳି ନାୟକ, ରାଜେଶ ବିଶ୍ୱାଳଙ୍କୁ ଚଇତି ସମ୍ମାନରେ ସମ୍ମାନିତ କରାଯାଇଥିଲା |
ସେହିଭଳି ଉଚ୍ଚତ୍ତମ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ ନିମନ୍ତେ ପ୍ରଥମ ସ୍ଥାନ ପାଇଥିବା ଉଦ୍ୟାନ ବିଭାଗ, ଦ୍ୱିତୀୟ ସ୍ଥାନରେ ଜଳଛାୟା ବିଭାଗ, ତୃତୀତ ସ୍ଥାନରେ ଜିଲ୍ଲା ନିୟୋଜନ ବିଭାଗକୁ ସମ୍ମାନିତ କରାଯାଇଛି | ଅନ୍ୟପଟେ ଜୟପୁର ସତ୍ୟସାଇ ଏସ.ଏଚ.ଜି, ଗୋପୀନାଥ ଏସ.ଏଚ.ଜି ଏବଂ ଧରତିପେନୁ ଫାର୍ମେରକୁ ଉଲ୍ଲେଖନୀୟ ବ୍ୟବସାୟ ପାଇଁ ସମ୍ମାନିତ କରାଯାଇଅଛି। ଜିଲ୍ଲାର ପଦ୍ମପୁର, ଗୁଣପୁର, ରାୟଗଡା ବିଡିଓ ମାନଙ୍କୁ ଉନ୍ନୟନ କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟକାରିତା ପାଇଁ ସମ୍ମାନିତ କରାଯାଇଥିଲା |