ଓଡ଼ିଶାରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ଏଚଏମପିଭି ଦେଶରେ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଆଶଙ୍କା ଅଧିକ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ଏହାକୁ ନେଇ ଲୋକସେବା ଭବନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । କେହି ଭୟଭୀତ ହେବାର ନାହିଁ । ଭାରତ ସରକାରଙ୍କ ଯାହା ଗାଇଡଲାଇନ୍‌ ଆସିବ ସେହି ହିସାବରେ ପାଳନ ହେବ । ଦେଶରେ ସେପରି ସ୍ଥିତି ନାହିଁ, ୩/୪ଟି ସ୍ଥାନରେ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଦେଶ ତଥା ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗ ପୂରା ସଜାଗ ରହିଛି ।

ବିଭିନ୍ନ ହସ୍ବିଟାଲ ଏବଂ ସ୍ବାସ୍ଥ୍ୟ ବିଭାଗ ସହ ମୁଁ ନିଜେ ଆଲୋଚନା କରିଛି । ସମସ୍ତେ ସର୍ଭାଲାନ୍ସକୁ ଆହୁରି ଦୃଢ କରିବାକୁ ଆଲୋଚନା ହୋଇଛି । ତେଣୁ ଭୟଭୀତ ନହେବାକୁ ରାଜବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।ଅନ୍ୟପଟେ ବଢୁଥିବା ଏଚଏମପିଭି ଆଶଙ୍କାଙ୍କୁ ନେଇ ମଧ୍ୟ ଭୟଭୀତ ନହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, ଭାରତରେ ଚିହ୍ନଟ ହୋଇଥିବା ମାମଲା ପୂର୍ବରୁ ମଧ୍ୟ ରହିଥିଲା । ଏହି ଭାଇରସର ଅସ୍ତିତ୍ବ ପୂର୍ବରୁ ହିଁ ଦେଶରେ ରହିଛି । ଯେଯେତୁ ଏବେ ଶୀତ ଦିନ ରହିଛି ତେ;ଣୁ ଏହାର ନମୁନା ଅଧିକ ଶକ୍ତିଶଳୀ ହୋଇଥିବା ବେଳେ ମାମଲାକୁ ସାର୍ଭଜନୀନ କରାଯାଇଛି ।

ଆଉ ସବୁଠୁ ବଡ କଥା ହେଉଛି ଆକ୍ରାନ୍ତଙ୍କ ମଧ୍ୟରେ କାହାର ବି ବାହାର ଟ୍ରାଭେଲ ହିଷ୍ଟ୍ରି ନାହିଁ । ଆଉ ଭାରତରେ ବର୍ତ୍ତମାନ ମଧ୍ୟ ସେଭଳି ସଂକ୍ରମଣର ସ୍ଥିତି ନାହିଁ । ଏନେଇ ଆଶଙ୍କା ଅଧିକ ହେଲେ ତା ପାଇଁ ପଦକ୍ଷେପ ନିଆଯିବ । ଆଉ ଯେଉଁ ଯେଉଁ ରାଜ୍ୟରେ ଏଇ ଭାଇରସ ଚିହ୍ନ ହୋଇଛି, ସେଠି ଗାଇଡଲାଇନ ଜାରି ହୋଇଛି । ହେଲେ ଓଡିଶାରେ ସେଭଳି ସ୍ଥିତି ନାହିଁ । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଏହା ଋତୁକାଳୀନ ଭାଇରସ । ଯାହା ଏତେ ସଂକ୍ରମିତ ନୁହେଁ । ତେଣୁ ଭୟଭୀତ ହୁଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ