ତୃତୀୟ ପାଞ୍ଚପିଢ଼ ପ୍ରିମିୟର ଲିଗ ଉଦଘାଟିତ, ପ୍ରଥମ ମ୍ୟାଚରେ ଆଜାଦ କ୍ଲବ ୩୩ ରନ ରେ ବିଜୟୀ

କରଞ୍ଜିଆ:(ଜିତେନ୍ଦ୍ର ରାଜ )ଯଶିପୁର ବ୍ଲକ ପାଣ୍ଠ ମିନିଷ୍ଟାଡିୟମ ଠାରେ ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ପାଞ୍ଚପିଢ଼ ପ୍ରିମିୟର ଲିଗ ୨୦୨୫ ଉଦଘାଟିତ ହୋଇଯାଇଛି ଫାଉଣ୍ଡେସନର ସଭାପତି ଶୈଲେଶ ଦଳେଇ ଙ୍କ ସଭାପତିତ୍ୱ ରେ ଆୟୋଜିତ ଟୁର୍ନାମେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ, ରାଜ୍ୟ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ ଙ୍କ ପ୍ରତିନିଧି ତଥା ବିଜେପି ନେତା ବିପିନ ବିହାରୀ ମହାନ୍ତ, ପାଣ୍ଠ ସରପଞ୍ଚ ମିନତୀ ନାଏକ, ବିଜେପି ତାଟୋ ମଣ୍ଡଳ ସଭାପତି ଦିଲ୍ଲୀପ ମହାନ୍ତ, ଯୁବ ନେତା ସଞ୍ଜୀବ ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଉଦଘାଟନ କରିଥିଲେ।

ଆଜିର ମ୍ୟାଚ ସୁବ୍ରତ ଫାଇଟର ଓ ଆଜାଦକ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଟସ ଜିତି ସୁବ୍ରତ ଫାଇଟର ଦଳ ପ୍ରତିପକ୍ଷ ଆଜାଦକ୍ଲବ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ନିର୍ଦ୍ଧାରିତ ୧୦ ଓଭର ରେ ୬ ବିକେଟ ହରାଇ ୧୧୪ ରନ କରିଥିଲା। ଜବାବରେ ପ୍ରତିପକ୍ଷ. ସୁବ୍ରତ ଫାଇଟର ଦଳ ୧୦ ଓଭର ରେ ୯ ବିକେଟ ହରାଇ ୭୭ ରନ ସଂଗ୍ରହ କରିଥିଲାଏହି ମ୍ୟାଚ ରେ ଆଜାଦ କ୍ଲବ ୩୩ ରନ ରେ ବିଜୟୀ ହୋଇଥିଲା। ଟୁର୍ନାମେଣ୍ଟ ର ଦ୍ୱିତୀୟ ମ୍ୟାଚ ଜେଏମବି ୱାରୀଓର ଓ ମହାନ୍ତ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ବ୍ୟାଟିଂ କରି ଜେଏମବି ୱାରୀଓର ନିର୍ଦ୍ଧାରିତ ୧୦ ଓଭର ରେ ୭ ବିକେଟ ହରାଇ ୮୮ ରନ କରିଥିଲା।

ଜବାବ ରେ ପ୍ରତିପକ୍ଷ ମହାନ୍ତ ଏକାଦଶ ମଧ୍ୟ ୮୮ ରନ କରିବାରୁ ମ୍ୟାଚ ଟାଇ ହୋଇଥିଲା ଏଣୁ ମ୍ୟାଚ ଫଳାଫଳ ନିମନ୍ତେ ସୁପର ଓଭର କରାଯାଇଥିଲା ସୁପର ଓଭର ରେ ମହାନ୍ତ ଏକାଦଶ ୧୫ ରନ କରିଥିବା ବେଳେ ଜେଏମବି ୱାରୀଓର ୧୪ ରନ କରି ପରାଜିତ ହୋଇଥିଲା ଟୁର୍ନାମେଣ୍ଟ ଓ କାର୍ଯ୍ୟକ୍ରମ ପରିଚାଳନା ରେ ସଂଗଠନର ଉପସଭାପତି ଜୟ ପ୍ରକାଶ ମହାନ୍ତ, ସମ୍ପାଦକ ଶିବପ୍ରସାଦ ମହାନ୍ତ, ଉପଦେଷ୍ଟା କାମିନୀକାନ୍ତ ମହାନ୍ତ, ଭୈରବ ମହାନ୍ତ,ମୁଖ୍ୟ ସଦସ୍ୟ ଦୀନବନ୍ଧୁ ମହାନ୍ତ, ଲିପୁ ମହାନ୍ତ, ସତ୍ୟ ପ୍ରକାଶ ପୃଷ୍ଟି, ଚିମ୍ପୁ ପ୍ରସାଦ, ରତିକାନ୍ତ ମହାନ୍ତ, ବାପି ମହାନ୍ତ ଓ ଅନ୍ୟ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ଟୁର୍ନାମେଣ୍ଟ କୁ ଆକର୍ଷଣୀୟ କରିବା ପାଇଁ ଆୟୋଜକ ହେଲପିଂ ହ୍ୟାଣ୍ଡ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ବିଜେତା ଦଳକୁ ୧ ଲକ୍ଷ ସହିତଟ୍ରଫି ଓ ଉପବିଜେତାଦଳକୁ ୭୦ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯିବା ସହିତ ମ୍ୟାନ ଅଫ ଦି ଟୁର୍ନାମେଣ୍ଟ, ବେଷ୍ଟ ବୋଲର, ବେଷ୍ଟ ବ୍ୟାଟ୍ସମ୍ୟାନ ଙ୍କ ନିମନ୍ତେ ଆକର୍ଷଣୀୟ ପୁରସ୍କାର ରହିଛି ଓ ଏହି ଟୁର୍ନାମେଣ୍ଟ ର ଫାଇନାଲ ତଥା ଉଦଯାପନୀ ଉତ୍ସବ ଆସନ୍ତା ୨୨ ତାରିଖ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *

error: Content is protected !!