ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପ୍ରବାସୀ ଭାରତୀୟ ଦିବସର ଦ୍ଵିତୀୟ ଦିବସରେ ମହାବିଦ୍ୟାଳୟରେ କୁଇଜ୍ ପ୍ରତିଯୋଗିତା, ୱାକାଥନ୍ ଏବଂ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ବବିଲତା ସରାଫଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଯୋଜିକା ଡ. ସରସ୍ଵତୀ ରାୟ ଏବଂ ମୁଖ୍ୟ ବକ୍ତା ଭାବରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ. ପି. ଅରୁଣ କୁମାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଡ. ଅରୁଣ କୁମାର ତାଙ୍କ ଅଭିଭାଷଣ ପ୍ରଦାନ କରି ଭାରତର ବିକାଶ ଦିଗରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଭବେଶ ମହାନ୍ତି, ଏମ ଶ୍ରୀନିବାସ ଆଚାରି, ଉଦୟ ନାୟକ , ଅଧ୍ୟାପିକା କେ. କେ ଜାନୀ, ତୃପ୍ତୀମୟୀ ଭୋଇ , ପି ବିନୟକୁମାର ସହ ଅନ୍ୟମାନେ ସାହାଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!