ସଟ ସର୍କିଟ ଯୋଗୁଁ ଦୋକାନ ରେ ଲାଗିଲା ନିଆଁ,ଏକ କୋଟି ଟଙ୍କାର ସମ୍ପତି ପୋଡି ନଷ୍ଟ।

ରାୟଗଡ଼ (ଗୋପୀନାଥ ଗୌଡ଼) : ସର୍ଟ ସର୍କିଟ ଯୋଗୁଁ ରାୟଗଡା ସ୍ଥିତ ରାଣୀଗୁଡା ଫାର୍ମ ମେନ ରୋଡରେ ଥିବା କପଡା ଦୋକାନରେ ଲାଗିଲା ନିଆଁ। ଚାରି ମହଲା ବିଶିଷ୍ଠ ଏହି ବିରାଟ କାୟ ଦୋକାନର ତଳ ମହଲାର ପ୍ରାୟ କପଡା ଜଳି ଯାଇଥିବା ସମୟରେ ଉପର ତିନି ମୋହଲା ନିଆଁ କବଳରୁ ବର୍ତ୍ତୀ ଯାଇଛି l ଦୋକାନୀଙ୍କ କହିବାନୁସାରେ ଦୋକାନର ତଳ ମହଲାରେ ଏକ କୋଟିରୁ ଉର୍ଦ୍ଧ ଟଙ୍କାର କପଡା ପତ୍ର ଏବଂ ଡ୍ରେସ ପୋଡି ନଷ୍ଟ ହୋଇଯାଇଛି l

ସକାଳୁ 6ଟା ସମୟ ରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚିଥିଲେ l ଦୀର୍ଘ ଦୁଇ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବିଭାଗ ନିଆଁ ଉପରେ କାବୁ ପାଇଥିଲେ। ନିଆଁକୁ ଆୟତ୍ତ କରିବା ନିମନ୍ତେ ଅଗ୍ନିଶମ ବିଭାଗର ୧୦ କର୍ମଚାରୀ ଙ୍କ ସହିତ ୨ଟି ପାଣି ଟାଙ୍କି ଗାଡି ଦୀର୍ଘ ୩ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ।

ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ରମେଶଚନ୍ଦ୍ର ବେହେରା।ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି । ତେବେ ଏଥିରୁ ସ୍ପଷ୍ଟ ଜାଣି ହେଉଚି ଯେ ବଡ଼ ବଡ଼ ଦୋକାନ ଓ ଘର ତିଆରି କରି ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଧ୍ୟାନ ଦେଉ ନାହାନ୍ତି ଦୋକାନୀ ଓ ଗୃହ ମାଲିକ ମାନେ। ଯାହାଦ୍ବାରା ଏହିଭଳି ବଡ଼ ଧରଣର ଘଟଣାକୁ ଗୁଡ଼ିକୁ ଏଡାଇ ଦିଆ ଯାଇ ପାରୁନାହିଁ ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରି, ରମେଶ ଚନ୍ଦ୍ର ବେହେରା।

Leave a Reply

Your email address will not be published. Required fields are marked *

error: Content is protected !!